Latest Odisha News

୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଗିରଫ ହେଲେ ଧୀରଜ ୱଧାୱନ

ନୂଆଦିଲ୍ଲୀ: ଦିୱାନ ହାଉସିଂ ଫାଇନାନ୍ସ କପୋରେଶନ ଲିମିଟେଡ (ଡିଏଚଏଫଏଲ)ର ପୂର୍ବତନ ନିର୍ଦ୍ଦେଶକ ଧୀରଜ ୱଧାୱନଙ୍କ ସିବିଆଇ ଗିରଫ କରିଛି । ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଠକେଇ ମାମଲାରେ ସିବିଆଇ ତାଙ୍କ ବିରୋଧରେ ୨୦୨୨ରୁ ଚାର୍ଜସିଟ ଦାଖଲ କରି ସାରିଛି । ପ୍ରଥମେ ତାଙ୍କୁ ଇୟେସ ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରାଯାଇଥିଲା । ପରେ ଅବଶ୍ୟ ତାଙ୍କୁଚ ଜାମିନ ମିଳି ଯାଇଥିଲା । ସୋମବାର ପୂନର୍ବାର ଗିରଫ କରାଯିବା ପରେ ତାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଛି । ସେଠାରୁ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

୧୭ ବ୍ୟାଙ୍କ କନସୋର୍ଟିୟମରୁ ଡିଏଚଏଫଏଲ ଋଣ ନେଇଥିଲା । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପ୍ରଥମେ ଏହି ଠକେଇ ନେଇ ମାମଲା ରୁଜୁ କରାଯାଇଥିଲା । ଏହାର ତଦନ୍ତ ପରେ ଏହା ଦେଶର ସବୁଠାରୁ ବଡ ବ୍ୟାଙ୍କ ଠକେଇ ଭାବେ ପରିଗଣିତ ହୋଇଛି ।

Comments are closed.