Latest Odisha News

ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ପୂରିଲା ୨ ମାସ: ରିପୋର୍ଟ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନ ସମୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ପୂରିଛି ଦୁଇ ମାସ । ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ମାସ ପରେ ଆୟୋଗ ନିଜର ପାରଦର୍ଶୀ ପଦକ୍ଷେପ ଗ୍ରହଣ କରି ସଦ୍ୟତମ ରିପୋର୍ଟ ପ୍ରକାଶ କରିଥିଲେ । ବର୍ତ୍ତମାନ ଦ୍ୱିତୀୟ ଥର ଆୟୋଗ ଏଭଳି ରିପୋର୍ଟ ଦେବାକୁ ଯାଉଛନ୍ତି ।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଶ୍ରୀ ରାଜୀବ କୁମାରଙ୍କ ନେତୃତ୍ୱରେ ଏବଂ ନିର୍ବାଚନ ଆୟୁକ୍ତ ଶ୍ରୀ ଜ୍ଞାନେଶ କୁମାର ଏବଂ ଶ୍ରୀ ସୁଖବୀର ସିଂ ସାନ୍ଧୁଙ୍କ ସହଯୋଗରେ ଆୟୋଗ ଆଦର୍ଶ ଆଚରଣ ବିଧି (ଏମସିସି)ର କଥିତ ଉଲ୍ଲଙ୍ଘନର ଦେଶବ୍ୟାପୀ ପଡ଼ି ରହିଥିବା ମାମଲାର ଦୈନିକ ଅନୁଧ୍ୟାନ କରୁଛନ୍ତି ଏବଂ ସମୟବଦ୍ଧ ଢଙ୍ଗରେ ତଥା ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ବିଗତ ଦୁଇ ମାସ ମଧ୍ୟରେ ଗ୍ରହଣ କରାଯାଇଥିବା ଏସବୁ କାର୍ଯ୍ୟାନୁଷ୍ଠାନ ମଧ୍ୟରୁ କେତେକ କାର୍ଯ୍ୟାନୁଷ୍ଠାନର ଦୂରଗାମୀ ଏବଂ ବ୍ୟବସ୍ଥିତ ପ୍ରଭାବ ପଡ଼ିଛି । ଫଳରେ ପ୍ରଚାର କ୍ଷେତ୍ର କେବଳ ପର୍ଯ୍ୟାୟଭିତ୍ତିକ ନିର୍ଦ୍ଦେଶମୂଳକ ଢଙ୍ଗରେ ନୁହେଁ ବରଂ ସ୍ୱଚ୍ଛ ହୋଇପାରିଛି ।

ଆରମ୍ଭରୁ, ରାଜନୈତିକ ଦଳର ନେତା, ବିଶେଷ କରି ପ୍ରମୁଖ ଜାତୀୟ ଦଳର ତାରକା ପ୍ରଚାରକମାନେ ଚଳିତ ନିର୍ବାଚନର ପ୍ରଚାର ଅଭିଯାନରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ଉଦାହରଣ ପ୍ରସ୍ତୁତ କରନ୍ତୁ ବୋଲି ଆୟୋଗ ଆଶା ରଖି ଆସିଛନ୍ତି । ଦେଶର ସମ୍ବେଦନଶୀଳ ସନ୍ତୁଳିତ ସାମାଜିକ ଢାଞ୍ଚାକୁ କୌଣସି ପ୍ରକାର ସ୍ଥାୟୀ ଆଘାତ ନଦେବା ଲାଗି ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନରେ ନିଜର ବୟାନ/ମନ୍ତବ୍ୟର ବିଷୟବସ୍ତୁ ଉପରେ ଧ୍ୟାନ ଦେବା ସେମାନଙ୍କର ମୁଖ୍ୟ ଉତ୍ତରଦାୟିତ୍ୱ ବୋଲି ଆୟୋଗ ଦର୍ଶାଇଛନ୍ତି ।

ନିର୍ବାଚନ ଆୟୋଗର ରିପୋର୍ଟ ଅନୁସାରେ ୯୦%ରୁ ଅଧିକ ଅଭିଯୋଗର ସମାଧାନ କରାଯାଇଛି । କଂଗ୍ରେସ ଓ ବିଜେପିକୁ ଛାଡ଼ି ଅନ୍ୟ କୌଣସି ଦଳର ବଡ଼ ଅଭିଯୋଗ ବିଳମ୍ବିତ ହୋଇ ପଡ଼ି ରହିନାହିଁ । ସାମଗ୍ରିକ ଭାବେ ପ୍ରଚାର ଅଭିଯାନ ଶାନ୍ତିପୂର୍ଣ୍ଣ, କୋଳାହଳମୁକ୍ତ, କମ୍‌ ଅବ୍ୟବସ୍ଥିତ ଓ ଦଖଲ ବିହୀନ, ପ୍ରଲୋଭନ ଓ ଆଡ଼ମ୍ବର ମୁକ୍ତ ହୋଇଛି । ବିଶେଷ କରି ଜାତୀୟ ଦଳର ତାରକା ପ୍ରଚାରକମାନେ ପରବର୍ତ୍ତୀ ପର୍ଯ୍ୟାୟରେ ସମାଜର ସମ୍ବେଦନଶୀଳ ଢାଞ୍ଚାକୁ ନଷ୍ଟ କରିବେ ନାହିଁ ବୋଲି ଆଶା ରଖିଛନ୍ତି ଆୟୋଗ ।

 

 

Comments are closed.