ଅନୁଗୁଳ: ‘ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ଏ ସବୁର କାରଣ ବିଜେଡି ସରକାର । ଭ୍ରଷ୍ଟାଚାର କବଳରେ ଫସିରହିଛି ଓଡିଶା । କିଛି ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ତାଙ୍କ କାର୍ଯ୍ୟାଳୟକୁ ନିଜ କବ୍ଜାରେ ରଖିଛନ୍ତି ।’ ଅନୁଗୁଳରେ ଜନସଭାକୁ ଉଦ୍ବୋଧନ ଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦୁଇ ଦିନିଆ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ସକାଳ ୭ଟାରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ବଡଦାଣ୍ଡରେ ନିଜର ଦଳୀୟ ମନ୍ତ୍ରୀ ଓ ନେତାଙ୍କ ସହ ରୋଡ ଶୋ’ କରିଥିଲେ ମୋଦୀ । ଏହାପରେ ଅନୁଗୁଳରେ ବିଶାଳ ଜନସଭାରେ ଯୋଗ ଦେଇଥିଲେ । ଯାହାପରେ ସିଧା ସିଧା ବିଜେଡି ହିଁ ଓଡିଶା ବରବାଦିର କାରଣ ଦର୍ଶାଇ ବର୍ଷିଥିଲେ ମୋଦୀ । ସେ କହିଛନ୍ତି, ଏତେ ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ କାହିଁକି ହେଉଛନ୍ତି ? ମୁଁ ସୋମନାଥ କ୍ଷେତ୍ରରୁ ଜଗନ୍ନାଥ କ୍ଷେତ୍ରକୁ ପ୍ରଣାମ କରିବାକୁ ଆସିଛି । କିନ୍ତୁ ଓଡିଶାରେ ଏ ଗରିବି ପରିସ୍ଥିତି ଦେଖିଲେ ମୋ ହୃଦୟରେ କଷ୍ଟ ଅନୁଭବ ହୁଏ । ଏ ସବୁର କାରଣ ବିଜେଡି ସରକାର । ଭ୍ରଷ୍ଟାଚାର କବଳରେ ଫସିରହିଛି ଓଡିଶା । କିଛି ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ତାଙ୍କ କାର୍ଯ୍ୟାଳୟକୁ ନିଜ କବ୍ଜାରେ ରଖିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶା କଳାର କ୍ଷେତ୍ର । ଏଠି ପ୍ରତି ଘରେ ଘରେ କଳା ଭରି ହୋଇ ରହିଛି । ମୋ ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନ ଗଠନରେ ଉତ୍ସର୍ଗିକୃତ କରିଦେଇଛି । ସକାଳ ୧୦.୩୦ରେ ଜନସଭାରେ ଏତେ ଭିଡ, ଏହା ଅଦ୍ଭୁତ ଦୃଶ୍ୟ ଅଟେ । ମୁଁ ଏଠାକୁ ଆସିବା ପୂର୍ବରୁ ପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଗ କରିଛି । ଜଗନ୍ନାଥ ସମସ୍ତଙ୍କ ଆଶା ପୂରଣ କରନ୍ତି । ସେଥିପାଇଁ ଜଗନ୍ନାଥ କ୍ଷେତ୍ରର ନାମ ପୁରୀ । ମୁଁ ଓଡିଶା ଓ ଦେଶର ସମୃଦ୍ଧି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶର୍ବାଦ ନେଇଛି । ଆଜି ଦେଶରେ ବି ୫ମ ପର୍ଯ୍ୟାୟ ମତଦାନ ଚାଲିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ନିଜର ମତ ନିଶ୍ଚୟ ଦିଅନ୍ତୁ ।
ଦେଶର ସବୁ ସ୍ଥାନରେ ଅଭିଜ୍ଞ ନିର୍ବାଚନ ଅଧିକାରୀ ମାନେ ସର୍ଭେ କରୁଛନ୍ତି ବୋଲି କହିଛନ୍ତି ମୋଦୀ । ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ଓ ଚକିତ ହୋଇଛନ୍ତି । ସବୁଠି ମୋଦୀ ସରକାରଙ୍କୁ ହିଁ ୩ୟ ଥର ପାଇଁ କ୍ଷମତାସୀନ କରିବାକୁ ବିପୁଳ ସଂଖ୍ୟରେ ସମର୍ଥନ ମିଳୁଛି । ଏଥର ଓଡିଶାରେ ବି ପ୍ରଥମ ଥର ଡବଲ ଇଞ୍ଜିନ ସରକାର ହେବାକୁ ଯାଉଛି ।
ଆପଣମାନେ ବିଜେଡି ସରକାର ଉପରେ ୨୫ ବର୍ଷ ଭରସା କରିଛନ୍ତି । ଆଜି ପ୍ରତ୍ୟେକ ଓଡିଶାବାସୀ ଏହା ହୃଦୟଙ୍ଗମ କରୁଛନ୍ତି ଏହି କିଛି ବର୍ଷରେ ଓଡିଶା କ’ଣ ଉପଲବ୍ଧି କରିଛି । ଆଜି ବି ଓଡିଶାରେ କୃଷକ ଚିନ୍ତାରେ, ଆଜି ବି ଓଡିଶାର ଯୁବ ଗୋଷ୍ଠୀ ଦାଦନ ପାଇଁ ବାହାରକୁ ଯାଉଛନ୍ତି । ସବୁଠୁ ବଡ କଥା ହେଉଛି ଆଦିବାସୀ କ୍ଷେତ୍ର ଯେଉଁଠି ଜଳ, ଜଙ୍ଗଲ, ଜୀବନ ରହିଛି, ଖଣି ସମ୍ପଦ ରହିଛି, ସେଠି ସବୁଠୁ ଅସୁବିଧାରେ ଲୋକେ । ଏତେ ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ କାହିଁକି ହେଉଛନ୍ତି ? ମୁଁ ସୋମନାଥ କ୍ଷେତ୍ରରୁ ଜଗନ୍ନାଥ କ୍ଷେତ୍ରକୁ ପ୍ରଣାମ କରିବାକୁ ଆସିଛି । କିନ୍ତୁ ଓଡିଶାରେ ଏ ଗରିବି ପରିସ୍ଥିତି ଦେଖଇଲେ ମୋ ହୃଦୟରେ ଦୁଃଖ ଅନୁଭବ ହୁଏ । ଏ ସବୁର କାରଣ ବିଜେଡି ସରକାର ।
ଭ୍ରଷ୍ଟାଚାର କବଳରେ ଫସିରହିଛି ଓଡିଶା । କିଛି ଭ୍ରଷ୍ଟାଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଆବାସ ଓ ତାଙ୍କ କାର୍ଯ୍ୟାଳୟକୁ ନିଜ କବ୍ଜାରେ ରଖିଛନ୍ତି । ବିଜେଡିର ଛୋଟ ଛୋଟ ନେତା ବି କୋଟିପତି ବୋଲି କହିଲେ ମୋଦୀ । ଓଡିଶାର ବିଜେଡି ସରକାର ଓଡିଶା ବାସୀଙ୍କୁ ନିଜର ଖଣତଜ ସମ୍ପଦ ଉପଭୋଗ କରିବାକୁ ଦେଇନାହାନ୍ତି । କିନ୍ତୁ ୨୦୧୪ ପରଠାରୁ ଯେବେଠୁ ମୋଦୀ ସରକାରଙ୍କୁ ସୁଯୋଗ ଦିଆଯାଇଛି । ସେବେଠୁ ନୂଆ ଖଣିଖନନ ନୀତି ଲାଗୁ ହୋଇଛି । ଡିଏମଏଫ ଅନ୍ତର୍ଗତ ଓଡିଶାକୁ ୨୬ ହଜାର କୋଟି ଦିଆଯାଇଛି । ଯାହା ଢେଙ୍କାନାଳର ଉନ୍ନତିରେ ନିୟୋଜିତ ହେବା କଥା କିନ୍ତୁ ଏଥିରେ ବି ଭ୍ରଷ୍ଟାଚାର କରିଛି ବିଜେଡି ।
Comments are closed.