Latest Odisha News

ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ:ମୋଦି

ଅନୁଗୁଳ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ସାରିବା ପରେ ଆରମ୍ଭ କରିଥିଲେ  ମେଗା ରୋଡ୍ ସୋ । ମୋଦୀଙ୍କ ରୋଡ୍‌ ସୋ’ରେ ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ପୁରୀରେ ରୋଡ୍ ସୋ କରିବା  ପରେ ଅନୁଗୁଳରେ ଆୟୋଜିତ ସଭାରେ ଯୋଗ ଦେଇ  ପ୍ରଧାନମନ୍ତ୍ରୀ  ରାଜ୍ୟସରକାରଙ୍କ ଉପରେ ଖୁବ ବର୍ଷିଛନ୍ତି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଓଡିଆରେ ନମସ୍କାର କରି ନିଜର ଭାଷଣ ରଖିଥିଲେ ।

ସେ କହିଥିଲେ ,ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି। ମୋର ହେବାକୁ ଥିବା କୌଣସି କାର୍ଯ୍ୟକ୍ରମକୁ ମୁଁ ୧୦ ଟା କି ୧୧ ଭିତରେ ରଖେନି । କାରଣ ମୁଁ କହେ ଏ ସମୟରେ କେହି ଲୋକ ହେବେନି  କିନ୍ତୁ ଏଠାରେ  ସକାଳ ୧୦ ଟାରେ ଏ ଭିଡ଼ ଦେଖି ମୁଁ ଅଭିଭୂତ । ସକାଳ ୭ଟାରେ ପୁରୀରେ ଆଶ୍ଚର୍ଯ୍ୟଜନକ ଭିଡ଼ ଦେଖିଲି । ସମସ୍ତଙ୍କୁ ବିଜେପିକୁ  ଭୋଟ ଦେବାକୁ ଅପିଲ କଲେ ପ୍ରଧାନମନ୍ତ୍ରୀ ।

ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମୋଦି । ଓଡିଶାରେ ଦୃତ ଗତିରେ ବିକାଶ ଦରକାର ଯାହା ବିଜେଡି କରିପାରୁନାହିଁ । ଏହା କେବଳ ବିଜେପି କରିପାରିବ ।ବିଜେଡି ସରକାରରେ ଓଡ଼ିଶାରେ ଅନେକ ପ୍ରକଳ୍ପ  ଅଧୁରା ପଡିରହିଛି । ବିଜେଡି ନେତା ଧାନଚାଷୀଙ୍କୁ ମଣ୍ଡିରେ ଲୁଟୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଗ୍ୟାରେଣ୍ଟି ଦେଉଛନ୍ତି ଓଡିଶାରେ ଯଦି ବିଜେପି ସରକାର ଆସିଲେ ଓଡ଼ିଶାରେ ଧାନ ୩୧୦୦ ଟଙ୍କା ହେବ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଧାନ ଟଙ୍କା ବ୍ୟାଙ୍କ ଖାତାରେ ମିଳିଯିବ। କଟନୀଛଟନୀରୁ ମୁକ୍ତି ଦେବାକୁ ମଣ୍ଡିରେ ଇଲେକ୍ଟ୍ରି ମେସିନ ଲାଗିବ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି । ଓଡିଶା କଳାର କ୍ଷେତ୍ର । ଏଠି ପ୍ରତି ଘରେ ଘରେ କଳା ଭରି ହୋଇ ରହିଛି କହିଛନ୍ତି ମୋଦି ।

ଆଜି ବି ଓଡିଶାରେ କୃଷକ ଚିନ୍ତାରେ, ଆଜି ବି ଓଡିଶାର ଯୁବ ଗୋଷ୍ଠୀ ଦାଦନ ପାଇଁ ବାହାରକୁ ଯାଉଛନ୍ତି । ସବୁଠୁ ବଡ କଥା ହେଉଛି ଆଦିବାସୀ କ୍ଷେତ୍ର ଯେଉଁଠି ଜଳ, ଜଙ୍ଗଲ, ଜୀବନ ରହିଛି, ଖଣିଜ ସମ୍ପଦ ରହିଛି, ସେଠି ସବୁଠୁ ଅସୁବିଧାରେ ଲୋକେ ରହୁଛନ୍ତି । ଏତେ ସମୃଦ୍ଧ ଓଡିଶାର ଜନସାଧାରଣ ଏତେ ଗରିବି ଭିତରେ ବଞ୍ଚିବାକୁ ବାଧ୍ୟ କାହିଁକି ହେଉଛନ୍ତି ? ମୁଁ ସୋମନାଥ କ୍ଷେତ୍ରରୁ ଜଗନ୍ନାଥ କ୍ଷେତ୍ରକୁ ପ୍ରଣାମ କରିବାକୁ ଆସିଛି । କିନ୍ତୁ ଓଡିଶାରେ  ଏ ଗରିବି ପରିସ୍ଥିତି ଦେଖଇଲେ ମୋ ହୃଦୟରେ ଦୁଃଖ ଅନୁଭବ ହେଉଛି। ଏ ସବୁର କାରଣ ବିଜେଡି ସରକାର ବୋଲି କହିଛନ୍ତି ମୋଦି ।

ସେ କହିଛନ୍ତି  ବିଜେଡିକୁ ୨୫ ବର୍ଷ ମୌକା ଦେଇଛନ୍ତି, ଏବେ ବିଜେଡିର ଯିବା ସମୟ ଆସିଯାଇଛି ।ବର୍ତମାନ ବିଜେପିକୁ ସୁଯୋଗ ଦିଅନ୍ତୁ ବୋଲି ମୋଦି ଲୋକଙ୍କୁ ନିବେଦନ କରିଛନ୍ତି। ସେ ଆହୁରି କହିଛନ୍ତି ମୋଦି ସରକାର ଦିଲ୍ଳୀରୁ ଆପଣମାନଙ୍କ ପାଇଁ ଚାଉଳ ଦେଉଛନ୍ତି କିନ୍ତୁ ବିଜେଡି ସରକାର ସେଥିରେ ନିଜର ଫଟୋ ଲଗାଇ ଦେଉଛନ୍ତି ।

ସେହିପରି ଶ୍ରୀମନ୍ଦିର ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ମଧ୍ୟ ବିଜେଡି ଉପରେ ବର୍ଷିଛନ୍ତି ମୋଦି । ସେ କହିଛନ୍ତି, ବିଜେଡି ଶାସନରେ ଜଗନ୍ନାଥ ସଂସ୍କୃତି ବି ସୁରକ୍ଷିତ ନୁହେଁ । ଗଲା ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବି ମିଳୁନି । ଆମ ଘରର ଚାବି ହଜିଲେ ଆମେ ପ୍ରଭୁ ଜଗନ୍ନାଥଙ୍କୁ ଡାକୁ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଆମ ଘର ଚାବି ଘଣ୍ଟେ , ୨ଘଣ୍ଟା ଭିତରେ ମିଳିଯାଏ । କିନ୍ତୁ ୬ ବର୍ଷ ହେଲାଣି ରତ୍ନଭଣ୍ଡାର ଚାବି ମିଳୁନାହିଁ  । ଏହାର ଦାୟୀ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଲୋକ । ଓଡ଼ିଶାରେ ବିଜେପି ସରକାର ଆସିବା କ୍ଷଣି କ୍ଷିର-ପାଣି ଅଲଗା ହେବ । ବିଜେପି ସରକାର ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରିବ ବୋଲି କହିଛନ୍ତି ମୋଦି ।

Comments are closed.