ମାଲକାନଗିରି: ବାଜ୍ୟାପ୍ତି ହେଲା ଅବସରପ୍ରାପ୍ତ ଅଫିସରଙ୍କ କୋଟିଏ ସମ୍ପତ୍ତି । ୨୦୧୯ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହୋଇଥିଲେ ଦୋଷୀ ସାବ୍ୟସ୍ତ ।
ମାଲକାନଗିରିର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ସମ୍ପତ୍ତି ହେଲା ବାଜ୍ୟାପ୍ତି । ମାଲକାନଗିରି ଅବସରପ୍ରାପ୍ତ ଏସସିଓ ଦାସରଥି ତ୍ରିପାଠୀଙ୍କ ୧ କୋଟି ୭ ଲକ୍ଷ ୬୬ ହଜାର ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କିଛି ଏପରି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ପେଶାଲ କୋର୍ଟ । ୨୦୧୯ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଦାସରଥି । ଆାଜି ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
Comments are closed.