ଭୁବନେଶ୍ୱର: ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସମ୍ବଲପୁର ଓ ନୟାଗଡ଼ରେ ତାଙ୍କର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପରେ ରେମେଡ ଗାଁ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିବେ। ସେଠାରେ ଶାହା ଜନସଭାରୁ ସମ୍ବୋଧନ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ।
ସେହିପରି କେନ୍ଦୁଝର, ଢେଙ୍କାନାଳର ପରଜଙ୍ଗ ଓ ନୟାଗଡ଼ରେ ସଭା କରି ପ୍ରଚାର କରିବା ସହ ବିଜେପି ପାଇଁ ଭୋଟ ମାଗିବେ ଶାହ। ଶାହଙ୍କ ସମ୍ବଲପୁର ସଭାରେ ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସାମିଲ ହେବେ। ବିଜେପି ଫୋକସରେ ଏବେ ଓଡ଼ିଶା ରହିଛି। ଜଣକ ପରେ ଜଣେ ବିଜେପିର କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି।
ପ୍ରଧାନମମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ନିଜ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିସାରିଛନ୍ତି । ସେହିପରି ବିଜେପି ହିମନ୍ତ ବିଶ୍ୱଶର୍ମାଙ୍କ ପରି ଦଳୀୟ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ଓଡ଼ିଶାକୁ ଆଣି ପ୍ରଚାର କରାଇଛି । ପ୍ରାୟ ପ୍ରତିଦିନ ବିଜେପିର କେହି ନା କେହି ବଡ଼ ନେତା ରାଜ୍ୟକୁ ଆସି ପ୍ରଚାର ଓ ରୋଡ ସୋ କରୁଛନ୍ତି ।
Comments are closed.