Latest Odisha News

BREAKING NEWS

ଶିମିଳିପାଳରେ ବିରଳ ଦୃଶ୍ୟ: ଏକାଠି ବୁଲୁଛନ୍ତି ଦୁଇ ପ୍ରଜାତିର ବାଘ, ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମ

ଭୁବନେଶ୍ବର: ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ। ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ। ଗୋଟେ ସାଧାରଣ ବାଘ ଓ ଅନ୍ୟଟି କଳାବାଘ। ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି କଳାବାଘ ଓ ମହାବଳ ଏକାଠି ରୁହନ୍ତି ନାହିଁ। ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ଶିମିଳିପାଳରେ ଟ୍ରାପ କ୍ୟାମେରା ଲାଗିଛି । ଯେଉଁଥିରୁ ଏହି ଦୁଇ ବାଘ ପାଖାପାଖି ଚାଲୁଥିବା ଦେଖିବାକୁ ମିଳିଥିବା ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ଅନ୍ୟପଟେ ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭୀର ଜନ୍ମଗ୍ରହଣ କରିଛନ୍ତି। ସୁଶାନ୍ତ ନନ୍ଦଙ୍କ କହିଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ ମହାନଦୀ ହେଉଛି ଘଡ଼ିଆଳଙ୍କ ଶେଷ ସ୍ଥାନ। ଗତକାଲି ସକାଳ ସମୟରେ ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ ଜନ୍ମ ଗ୍ରହଣ କରିଛନ୍ତି। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ଘଡ଼ିଆଳଙ୍କ ସଂଖ୍ୟା ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ସହ କଡ଼ା ନଜର ରଖିଛନ୍ତି। ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ଯଥା ଘଡ଼ିଆଳ, ମଗର ଓ ସଲ୍ଟୱାଟର କୁମ୍ଭୀର ରହିଛନ୍ତି।

Comments are closed.