Latest Odisha News

ଲାଙ୍ଗର, ପଂଟିଂ କୋଚ ହେବା ଖବରକୁ ଜୟ ଶାହଙ୍କ ଖଣ୍ଡନ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ ଇଣ୍ଡିଆର କୋଚ ଭାବେ ରାହୁଲ ଡ୍ରାଭିଡଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ବିିସିସିଆଇ ବିଧିବଦ୍ଧ ଭାବେ ଏହି ପଦ ପାଇଁ ଆବେଦନ ଘୋଷଣା କରି ସାରିଛି । ବିଭିନ୍ନ ଗଣମାଧ୍ୟରେ ଜଷ୍ଟିନ ଲାଙ୍ଗର ଓ ରିକି ପଂଟିଂ କୋଚ ହେବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ଉଭୟ ଯଥାକ୍ରମେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଂଟସର ମୂଖ୍ୟ କୋଚ ଦାୟିତ୍ୱ ତୁଲାଉଛନ୍ତି । ତେବେ ଏହି ଖବରକୁ ବିସିସିଆଇ ସେକ୍ରେଟାରୀ ଜୟ ଶାହ ଖଣ୍ଡନ କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ବିସିସିଆଇ କୌଣସି ପୂର୍ବ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ କୋଚ ପଦ ଅଫର କରିନି ।

ଆମେ ଏ ଭଳି ଏକ କୋଚ ଖୋଜୁଛି ଯିଏକି ଘରୋଇ କ୍ରିକେଟ ଉପରେ ଭଲ ଜ୍ଞାନ ରଖିଥିବେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଏହି ଦୁଇ ଅଷ୍ଟ୍ରେଲୀୟ ଖେଳାଳି ସେମାନଙ୍କୁ କୋଚ ପଦ ଅଫର କରାଯାଇଥିବା କହିଥିଲେ । ଏବେ ବିସିସିଆଇ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରାଯାଇଛି । ଗୌତମ ଗମ୍ଭୀର ଭାରତୀୟ କୋଚ ପଦ ଦୌଡରୁ ଆଗରେ ରହିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ସେ ଏବେ କୋଲକାତା ନାଇଟ ରାଇଡର୍ସର କୋଚ ଦାୟିତ୍ୱ ତୁଲାଉଛନ୍ତି । ଏଥର ୩ ଫର୍ମାଟ ପାଇଁ ଜଣେ କୋଚଙ୍କୁ ନିଯୁକ୍ତ କରାଯିବ ବୋଲି ବିସିସିଆଇ ସ୍ପଷ୍ଟ କରିଛିି ।

Leave A Reply

Your email address will not be published.