ଭୁବନେଶ୍ୱର: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ଗବେଷଣାକାରୀଙ୍କ ଦ୍ୱାରା ଏକ ଅଭିନବ ଅଧ୍ୟୟନରୁ ଜଣାପଡିଛି ଯେ, କେବଳ ସହରୀକରଣ ଭାରତୀୟ ସହରରେ ୬୦% ପର୍ଯ୍ୟନ୍ତ ଅତିରିକ୍ତ ଉତ୍ତାପ ସୃଷ୍ଟି କରିଛି ଏବଂ ବିଭିନ୍ନ ସହର ମଧ୍ୟରେ ପରିବର୍ତ୍ତନଶୀଳତା ରହିଛି । ଏହି ଅନୁସନ୍ଧାନ ଭାରତୀୟ ସହରଗୁଡିକ ପାଇଁ ସହରୀକରଣର ଏକ ବିଜ୍ଞାନଭିତ୍ତିକ ପରିମାଣିକ ମାନ୍ୟତା ପ୍ରଦାନ କରୁଛି। ‘ନେଚର୍ ସିଟିଜ’ ଜର୍ଣ୍ଣାଲରେ ପ୍ରକାଶିତ ‘ସହରୀକରଣ ଏବଂ ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ-ସଂଯୁକ୍ତ ଭାରତୀୟ ସହରଗୁଡ଼ିକର ଉଷ୍ମତା’ ଶୀର୍ଷକ ଏହି ଅଧ୍ୟୟନ ହେଉଛି ଏ କ୍ଷେତ୍ରରେ ପ୍ରଥମ ଗବେଷଣା, ଯାହା କି ଏକାଧିକ ସହରରେ ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ ଏବଂ ସହରୀକରଣକୁ ଯତ୍ନର ସହିତ ପୃଥକ କରି ଅନ୍ତର୍ନିହିତ ସୂଚନା ପ୍ରଦାନ କରୁଛି ।
ଏହି ଅଧ୍ୟୟନରେ ସହରଗୁଡିକରେ ତାପମାତ୍ରା ବୃଦ୍ଧି ପରିପ୍ରେକ୍ଷୀରେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତର ୧୪୧ ପ୍ରମୁଖ ସହରରେ ଦେଖାଯାଇଥିବା ଭୂପୃଷ୍ଠ ଉତ୍ତାପରେ ସ୍ଥାନୀୟ-ସହରୀକରଣ ଏବଂ ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନର ଅବଦାନ ଅନୁସନ୍ଧାନ କରାଯାଇଛି । ୨୦୦୩ ରୁ ୨୦୨୦ ମଧ୍ୟରେ ନାସାର ଆକ୍ୱା ଉପଗ୍ରହରେ MODIS ସେନ୍ସରରୁ ୧୮ ବର୍ଷର ଉଚ୍ଚ-ବିଭେଦନ ସ୍ଥଳ ପୃଷ୍ଠର ତାପମାତ୍ରା ତଥ୍ୟକୁ ବ୍ୟବହାର କରି ଆଇଆଇଟିର ଗବେଷଣାକାରୀ ଦଳ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଉଷ୍ମତା ଧାରାକୁ ଯତ୍ନର ସହ ତୁଳନା କରିଥିଲେ। କଠୋର ଗୁଣବତ୍ତା ନିୟନ୍ତ୍ରଣ ପଦକ୍ଷେପ ପ୍ରୟୋଗ କରି, ସହରୀକରଣ ପ୍ରଭାବକୁ ପୃଥକ କରିବା ପାଇଁ ଗ୍ରାମାଞ୍ଚଳରେ ଦେଖାଯାଇଥିବା ଆଞ୍ଚଳିକ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ସହରୀ ଉଷ୍ମତା ତଥ୍ୟରୁ ପୃଥକ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ପୂର୍ବ ଭାରତର ଦ୍ୱିତୀୟ ସ୍ତରର ସହରଗୁଡ଼ିକ ନୂଆଦିଲ୍ଲୀ ଏବଂ ମୁମ୍ବାଇ ପରି ବୃହତ ମେଟ୍ରୋ ସହର ତୁଳନାରେ ଅଧିକ ସହରୀକରଣ ଚାଳିତ ଉତ୍ତାପ ପ୍ରଦର୍ଶନ କରିଥିଲେ । ଏହି ଅସମାନତା ଲକ୍ଷ୍ୟ ରଖାଯାଇଥିବା ସହରୀ ଯୋଜନା ଏବଂ ଉତ୍ତାପ ପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରୟାସର ମହତ୍ତ୍ୱକୁ ଦର୍ଶାଏ, ଯାହା ଅତ୍ୟଧିକ ବୃଷ୍ଟିପାତ, ବନ୍ୟା ଏବଂ ବାୟୁ ପ୍ରଦୂଷଣ ପରି ଅନ୍ୟାନ୍ୟ ସହରୀ ସମସ୍ୟାର ସମାଧାନ କରିପାରିବ। ବ୍ୟବସ୍ଥିତ ଉତ୍ତାପ କାର୍ଯ୍ୟ ଯୋଜନା ସହିତ ଛୋଟ ସହରଗୁଡ଼ିକୁ ଟାର୍ଗେଟ କରିବା ବୃହତ ସହରୀ ଏକତ୍ରିକରଣ କିମ୍ବା ମେଗାସିଟି ଅପେକ୍ଷା ସକରାତ୍ମକ ଫଳାଫଳ ସହିତ ଅଧିକ ଶସ୍ତା ହେବ ବୋଲି ଆଶା କରାଯାଏ । ଭାରତୀୟ ସହରଗୁଡ଼ିକ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ବିସ୍ତୃତ ସହରୀ ଜଳବାୟୁ ଅଧ୍ୟୟନ ଏବଂ ତଥ୍ୟ ଉତ୍ପାଦନ ପାଇଁ ଜରୁରୀ ଆବଶ୍ୟକତା ଉପରେ ଏହି ଅଧ୍ୟୟନରେ ଗୁରୁତ୍ୱ ଦିଆଯାଇଛି ।
ଏହି ଅନୁସନ୍ଧାନକୁ ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଆର୍ଥ, ଓଶନ୍ ଆଣ୍ଡ୍ କ୍ଲାଇମେଟ ସାଇନ୍ସେସର ଆସୋସିଏଟ୍ ପ୍ରଫେସର ଡକ୍ଟର ଭି ଭିନୋଜ, ମହାସାଗର ଏବଂ ଜଳବାୟୁ ବିଜ୍ଞାନ ଏବଂ ସୌମ୍ୟ ସତ୍ୟକାନ୍ତ ସେଠୀ ପରିଚାଳନା କରିଥିଲେ। ଏହି ଗବେଷଣା ବିଷୟରେ ସୂଚନା ଦେଇ ଡକ୍ଟର ଭିନୋଜ କହିଛନ୍ତି: “ସହରୀକରଣ ସହ ଜଡିତ ଆହୁରି ଅନେକ ଦିଗ ଭାରତୀୟ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇ ନାହିଁ। ତଥାପି, ଏହି ଅଧ୍ୟୟନ ବିଜ୍ଞାନ ସମର୍ଥିତ ସୂଚନାର ପ୍ରାରମ୍ଭିକ ଲିଙ୍କ୍ ପ୍ରଦାନ କରେ ଯାହା ପ୍ରତ୍ୟେକ ସହରକୁ ଭିନ୍ନ ଦୃଷ୍ଟିରେ ଦେଖିବା, ଯାହାକି ଆମ ସହରର ଉତ୍ତାପକୁ ହ୍ରାସ କରିବା ପାଇଁ ନିୟମିତ ଭାବରେ ସୀମିତ ଉତ୍ସ ବଣ୍ଟନ କରିବା ପାଇଁ ଜାତୀୟ କିମ୍ବା ରାଜ୍ୟ ସ୍ତରୀୟ ନୀତି ନିର୍ଣ୍ଣୟ ପାଇଁ ଉପଯୋଗୀ ହୋଇପାରେ। ଏହିପରି ଆଭିମୁଖ୍ୟ ନୀତି କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିବ ଯାହା ଆମର ଅଭିବୃଦ୍ଧି ଦିଗରେ ଗତିଶୀଳ ସ୍ମାର୍ଟ ସହରଗୁଡ଼ିକୁ ଅଧିକ ସ୍ମାର୍ଟ କରିବାରେ
Comments are closed.