Latest Odisha News

ଭୋଟ୍ ପାଇଁ ବିଜେପି ନେତା ବାଣ୍ଟୁଛନ୍ତି ସିଲେଇ ମେସିନ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଭୋଗରାଇରେ ବିଜେପି ନେତା ବାଣ୍ଟୁଛନ୍ତି ସିଲେଇ ମେସିନ୍। ଏପରି କରି ଭୋଟ୍ ହାତେଇବାକୁ ବିଜେପିର ବିଧାୟକ ପ୍ରାର୍ଥୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଫେରାଦ ହୋଇଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ମହିଳା ଗୋଷ୍ଠୀକୁ ସିଲେଇ ମେସିନ୍ ବାଣ୍ଟିଥିବା ବିଜେପିର ଭୋଗରାଇ ବିଧାନସଭା ପ୍ରାର୍ଥୀ ଆଶିଷ ପାତ୍ରଙ୍କ ବିରୋଧରେ ବିଜୁ ଜନତା ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି।

ସିଇଓଙ୍କ ନିକଟରେ ଆବେଦନ କରି ଶାସକ ବିଜେଡି ଅଭିଯୋଗ କରିଛି ଯେ କମର୍ଦ୍ଦା ପଞ୍ଚାୟତ ଅଞ୍ଚଳରେ ୧୦ଟି ସିଲେଇ ମେସିନ୍ ବାଣ୍ଟିବାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମର୍ଥକମାନେ ସମ୍ପୃକ୍ତ ଅଛନ୍ତି। ମହିଳାଙ୍କ ଏକ ଗୋଷ୍ଠୀକୁ ସିଲେଇ ମେସିନ ବାଣ୍ଟିବା ନିର୍ବାଚନ ଆଚରଣକୁ ସ୍ପଷ୍ଟ ଉଲ୍ଲଂଘନ କରୁଛି। ଯାହା ନିର୍ବାଚନ ପ୍ରକ୍ରିୟା ସମୟରେ ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ କିମ୍ବା ଲାଞ୍ଚ ଦେବା ଉପରେ ପ୍ରତିବନ୍ଧକ ଲଗାଇଥାଏ ବୋଲି ବିଜେଡି କହିଛି। ଏଭଳି କାର୍ଯ୍ୟ ଅବାଧ ଓ ନିରପେକ୍ଷ ନିର୍ବାଚନ ନୀତିକୁ କ୍ଷୁର୍ଣ୍ଣ କରୁଛି ବୋଲି ବିଜେଡି କହିଛି। ତେଣୁ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଦଳ।

Comments are closed.