Latest Odisha News

ପୁଣି ବଢ଼ିଲାଣି ତାତି; ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ପାର୍

ଭୁବନେଶ୍ୱର: ପୁଣି ବଢ଼ିଲାଣି ତାତି। ଅସ୍ତବ୍ୟସ୍ତ ଜନଜୀବନ। ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ପାର୍। ଆଜି ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର। ସମ୍ବଲପୁର ୪୨.୨ ଓ ହୀରାକୁଦ ତାପମାତ୍ରା ୪୨ ଡିଗ୍ରୀ ଥିବା ବେଳେ ରାଉରକେଲା ୪୦.୮, କେନ୍ଦୁଝର ୪୦.୫, ଭୁବନେଶ୍ୱର ୩୮.୮ ଡିଗ୍ରୀ ତାପମାତ୍ରା ରହିଛି।

ଗରମ, ଆର୍ଦ୍ରତା ଏବଂ ଉତ୍ତାପ ତରଙ୍ଗର ଅବସ୍ଥା ଓଡିଶାକୁ ଫେରିବ ବୋଲି ପୂର୍ବାନୁମାନ କରି ଭାରତ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ସଚିବଙ୍କୁ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି। ଏସଆରସି କହିଛି ଯେ ସମଗ୍ର ରାଜ୍ୟରେ ଶୁଖିଲା ପାଗ ରହିବ। କିନ୍ତୁ ଗୁଳୁଗୁଳିରେ ଛଟପଟ ହେବ ଉପକୂଳ ଓଡ଼ିଶା।ରାଜ୍ୟରେ ଆହୁରି ୩ ଦିନ ରହିବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ।

ଓଡିଶାର ଅନେକ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ତାପମାତ୍ରା ହୋଇପାରେ। ଏହି ସପ୍ତାହରେ ଉପକୂଳ ଓଡିଶାରେ ଅଧିକ ଗରମ ଏବଂ ଉଚ୍ଚ ଆର୍ଦ୍ରତା ପରିସ୍ଥିତି ଉପୁଜିବ। କିଛି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିପାରେ ବୋଲି ପୂର୍ବନୁମାନ କରିଛି ବିଭାଗ। ବାଲେଶ୍ୱର, ଭଦ୍ରାକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ୩୦ ତାରିଖ ଯାଏ ଗରମ ଏବଂ ଆର୍ଦ୍ର ପାଣିପାଗର ପୂର୍ବାନୁମାନ କରିଛି ଆଇଏମଡି। ମେ ୨୯-୩୦ରେ ବଲାଙ୍ଗୀର, ସମ୍ବଲପୁର, ଏବଂ ନୁଆପଡା ଜିଲ୍ଲାରେ ତାତି ବଢିବ।

Comments are closed.