Latest Odisha News

BREAKING NEWS

‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ ବଡ ଷଡଯନ୍ତ୍ର?, ବସିବ ଯାଞ୍ଚ କମିଟି…’

ବାରିପଦା: ‘ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଅସୁସ୍ଥ ହେଲେ କିପରି? ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ପଛରେ କିଛି ବଡ ଷଡଯନ୍ତ୍ର ଅଛି କି? ଏଥିପାଇଁ ଦାୟୀ କିଏ? ’ ଆଜି କିଛି ଏଭଳି ପ୍ରଶ୍ନ କରି ପୂରା ଓଡିଶାବାସୀଙ୍କ ମନରେ ଏକ ଆନ୍ଦୋଳନ ସୃଷ୍ଟି କରିଛନ୍ତି ମୋଦି ।

ବାରିପଦା ଭରା ସଭାରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ‘ଏ ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀ ଏତେ ଅସୁସ୍ଥ କେମିତି ହୋଇପଡିଲେ । ଅନେକ ଜଣ ଚର୍ଚ୍ଚା କରୁଛନ୍ତି ନବୀନ ବାବୁ ଏବେ ନିଜେ କିଛି କରିପାରୁନାହାନ୍ତି । ସବୁଠୁ ବଡ କଥା ହେଉଛି ଏହା ପଛରେ କିଛି ଷଡଯନ୍ତ୍ର ଥାଇ ପାରେ ବୋଲି ତାଙ୍କ ପାଖ ଲୋକ ସନ୍ଦେହ କରୁଛନ୍ତି ।

ନବୀନ ବାବୁଙ୍କ ଅସୁସ୍ଥତା ପଛରେ କ’ଣ କିଛି ଷଡପନ୍ତ୍ର ଅଛି କି? ବୋଲି କହି ମୋଦି ପ୍ରଶ୍ନ କରିଛନ୍ତି । ଏହା ଜାଣିବାର ଅଧିକାର ସାରା ଓଡ଼ିଶା ଲୋକଙ୍କ ଅଛି । ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଏଥିରେ ଅଛି କି? ଏ ରହସ୍ୟ ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି? ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଯାଞ୍ଚ କରାଯିବ । ଅଚାନକ କେମିତି ତାଙ୍କ ସ୍ବାସ୍ଥ୍ୟ ଏତେ ଖରାପ ହେଲା । ସବୁ କିଛି ଖୋଳତାଳ କରି ବାହାର କରାଯିବ ବୋଲି ମୋଦୀ ଦମ୍ଭୋକ୍ତ କରିଛନ୍ତି ।’

ସେହିପରି ରତ୍ନ ଭଣ୍ଡାର ପ୍ରସଙ୍ଗରେ ମଧ୍ୟ ପ୍ରଶ୍ନ କରିଛନ୍ତି ମୋଦୀ । ସେ କହିଛନ୍ତି, ଆଜି ପୂରା ଦେଶ ଜାଣିବାକୁ ଚାହୁଁଛି ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା?  ଯାଞ୍ଚ ରିପୋର୍ଟରେ କାହାର ନାଁ ଅଛି? ଏହା ସବୁଠୁ ବଡ଼ ପ୍ରଶ୍ନ । ବିଜେଡି ଯାହା ଲୁଚାଇବାକୁ ଚାହୁଁଛି, ତାହା ବିଜେପି ଆସିଲେ ଖୁଲାସା କରିବ ।

Comments are closed.