Latest Odisha News

ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଅସ୍ବାଭାବିକ ମୃତ୍ୟୁ, ରାଜ୍ୟରେ ଅଂଶୁଘାତ ନେଲାଣି ୪୦ରୁ ଉର୍ଦ୍ଧ୍ୱ ଜୀବନ

ସୁନ୍ଦରଗଡ଼: ଅସହ୍ୟ ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଗତକାଲି ୪୭ ଡିଗ୍ରୀ ଛୁଇଁଥିଲା ଝାରସୁଗୁଡ଼ାର ପାରଦ । ଦୁଇରୁ ୩ ଦିନ ରାଜ୍ୟର କିଛି ସ୍ଥାନରେ ହିଟ୍ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏହାରି ଭିତରେ ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ୧୪ ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଛି। ସାରା ରାଜ୍ୟରେ ଅଂଶୁଘାତରେ ୪୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ରାଉରକେଲା ହାଇଟେକ୍ ମେଡିକାଲରେ ୧୦ ଜଣ ଓ ଆରଜିଏଚ୍ ୨୩ ଜଣଙ୍କ ଚିକିତ୍ସା ଜାରି ରହିଛି ।

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଅସ୍ବାଭାବିକ ମୃତ୍ୟୁ ସଂପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ସମ୍ବଲପୁରରେ ୮, ଝାରସୁଗୁଡାରେ ୭, ବଲାଙ୍ଗୀରରେ ୬ ଜଣ ଏବଂ ଅନ୍ୟ ସ୍ଥାନରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ରାଉରକେଲା ଆର୍‌ଜିଏଚ୍‌ରେ ଚିକିତ୍ସାଧୀନ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୧୦ ଜଣ ଲୋକଙ୍କ ଅସ୍ବାଭାବିକ ଭାବେ ମୃତ୍ୟୁ ଘଟିଥିଲା। ସୁନ୍ଦରଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଏବଂ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି । ମେଡିକାଲରେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ତେବେ ସମସ୍ତ ମୃତଦେହର ପୋଷ୍ଟମର୍ଟମ କରାଯିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ସେହିପରି ଆରଜିଏଚ ହସ୍ପିଟାଲକୁ ଯାଇଛନ୍ତି ଏଡିଏମ, ପାନପୋଷ ଉପଜିଲ୍ଲାପାଳ । ତରୁନ୍ତ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯାଇଛନ୍ତି । ହିଟ୍‌ୱେଭ୍‌ ଚାଲିଥିବାରୁ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ପ୍ରବଳ ଖରା ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୁନ୍ଦରଗଡ ସମେତ ସାରା ପଶ୍ଚିମ ଓଡିଶାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଛି ।

Comments are closed.