Latest Odisha News

BREAKING NEWS

ବେଙ୍ଗାଳୁରୁର ଏକ ହୋଟେଲ ସୁଇମିଂ ପୁଲ୍‌ରେ ଅଘଟଣ, ବିଦ୍ୟୁତ୍ ଆଘାତରେ ୨ ବିଦେଶୀ ମୃତ

ବେଙ୍ଗାଳୁରୁ: ବେଙ୍ଗାଳୁରୁର ପଂଚ ତାରକା ହୋଟେଲରେ ଅଭାବନୀୟ ଘଟଣା । ସୁଇମିଂ ପୁଲରେ ୨ ଫରେନରଙ୍କ ମୃତ୍ୟୁ । ବିଦ୍ୟୁତ ଆଘାତରେ ୨ଜଣ ବିଦେଶୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛିା ଘଟଣା ଘଟିଛି ସହରରେ ଥିବା କନରାଡ୍ ନାମକ ଏକ ଫାଇବ୍‌-ଷ୍ଟାର ହୋଟେଲରେ । ମୃତକ ୨ଜଣଙ୍କ ମଧ୍ୟରୁ ଜଣେ ଜର୍ମାନୀ ନାଗରିକ ଅନ୍ୟଜଣେ ସ୍ଲୋଭାକିଆନ୍ । ଆହତ ବ୍ୟକ୍ତି ଆମେରିକାର ନାଗରିକ ବୋଲି ସୂଚନା ମିଲିଛି । ଏହାସହ ପୁଲ୍ ଆଟେଣ୍ଡାଂଟ ଭାବେ କାମ କରୁଥିବା ଜଣେ ଭାରତୀୟ ମଧ୍ୟ ଆହତ ହୋଇଥିବା ସୂଚନା ମିଲିଛି । ଆହତଙ୍କୁ ମଣିପାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭତ୍ତି ର୍ କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ସୂଚନା ମିଲିଛି । ମୃତ ଜର୍ମାନୀ ନାଗରିକଙ୍କ ବୟସ ୫୭ ବର୍ଷ ହେବ । ତାଙ୍କ ନା ଆଲେକଜାଣ୍ଡର ମାକ୍ସିମିଲିଆନ । ଯିଏ ଲୁଫଥାନ୍ସା ଏୟାରଲାଇନ୍ସର କ୍ରୀୟୁ ମେମ୍ବର ଭାବେ କାମ କରୁଥିଲେ । ସେହିପରି ସ୍ଲୋଭାକିଆନ୍ ୪୫ ବର୍ଷୀୟ ଯୁରଜ ହୋରଭତ୍ ଟେକ୍ ଜିଆଂଟ୍ ଆଇବିଏମରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ଉଭୟ ହୋଟେଲରେ ରହିବାକୁ ଆସିଥିଲେ । ହୋଟେଲରେ ଏପରି ଅଭାବନୀୟ ଘଟଣାକୁ ନେଇ ହୋଟେଲ ଦୁଃଖ ପ୍ରକାଶ କରିବା ସହ ତଦନ୍ତରେ ସବୁପ୍ରକାର ପୋଲିସକୁ ସହାୟତା କରାଯିବ ବୋଲି କହିଛନ୍ତି ହୋଟେଲ କର୍ତ୍ତୃପକ୍ଷ । ଏତେବଡ ହୋଟେଲରେ ୨ଜଣ ଅତିଥିଙ୍କର ଏପରି ମୃତ୍ୟୁ ହୋଇଛିା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆମେରିକୀୟ ନାଗରିକ ୪୧ ବର୍ଷୀୟ ମ୍ୟାଥ୍ୟୁ ଦେଶାନିଟ୍ସ ବିଦ୍ୟୁତ୍ ପ୍ରବାହ ହେଉଥିବା ଆଶଙ୍କା କରି ପୀଡିତମାନଙ୍କୁ ଉଦ୍ଧାର ପାଇଁ ସୁଇମିଂ ପୁଲକୁ ଡେଇଁ ପଡିଥିଲେ । ତାଙ୍କର ପ୍ରଚୁର ମାତ୍ରାରେ ମୁଣ୍ଡବିନ୍ଧା ହେବା ସହ ଆଘାତ ଜନିତ ମାନସିକ ଆଘାତ ବା ଶକ୍ ଅବସ୍ଥାରେ ଥିଲେ । ଏବେ ସେ ସୁସ୍ଥ ଅଛନ୍ତି । ସେହିପରି ହୋଟେଲର ୨୬ ବଷୀ ର‌୍ୟ ଭାରତୀୟ କର୍ମଚାରୀ ରାହୁଲ ତିୱାରି ମଧ୍ୟ ବିଦେସୀ ଅତିଥିଙ୍କ ଜୀବନ ବଂଚାଇବାକୁ ଯାଇ ଆହତ ହୋଇଥିଲେ । ମାନସିକ ଆଘାତ ବା ଶକ୍ ଅବସ୍ଥାରେ ଥିଲେ, ସେ ମଧ୍ୟ ଏବେ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ବିଦ୍ୟୁତ୍ ଆଘାତ ପାଇବା ପରେ ମୃତକ ଜୀବନ ବିକଳରେ ପାଣିରୁ ବାହାରିବାକୁ ଚେଷ୍ଟା କରିଥିଲେ ହେଲେ ପାଣି ଭିତରେ ବୁଡି ଯାଇଥିଲେ । ସୁଇମିଂ ପୁଲ୍‌ର ସଠିକ ତଦାରଖ ହେଉନଥିବାରୁ କାମଖିଆଲିରୁ ୨ଜଣ ବିଦେଶୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ହୋଟେଲ ତରଫରୁ ସମ୍ପୃକ୍ତ ତୃତୀୟ ମହଲାର ସୁଇମିଂ ପୁଲ୍ ମାସେ ପାଇଁ ଅତିଥିଙ୍କ ପାଇଁ ବନ୍ଦ ରହିବ ବୋଲି ହୋଟେଲ୍ ୱେବସାଇଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.