Latest Odisha News

ଲଗାଣ ବର୍ଷାରେ ଭୟଙ୍କର ଭୂସ୍ଖଳନ, ୪ ଜଣଙ୍କର ଗଲା ଜୀବନ

ସିଲୋଙ୍ଗ: ମେଘାଳୟର ପୂର୍ବ ଖାସି ହିଲ୍ସ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଘଟିଛି। ଏହାର ପ୍ରଭାବ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଅଛନ୍ତି। ପୂର୍ବ ଖାସି ହିଲ୍ସ ଜିଲ୍ଲାର ଭାରତ-ବାଂଲାଦେଶ ସୀମା ନିକଟ ନଙ୍ଗପ୍ରିଆଙ୍ଗ ଗ୍ରାମରେ ଏହି ଘଟଣା ଘଟିଛି।

ଗତ କିଛି ଦିନ ହେବ ମେଘାଳୟରେ ପ୍ରବଳ ବର୍ଷା ଜାରି ରହିଛି। ଏହି କାରଣରୁ ଏଠାରେ ଭୂସ୍ଖଳନ ଘଟିଛି। ଏହି ସୂଚନା ମୁଖ୍ୟମନ୍ତ୍ରୀ କନରାଡ କେ, ସଂଗମା ପ୍ରଦାନ କରିଛନ୍ତି। ସଂଗମା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟରେ କହିଛନ୍ତି ଭୂସ୍ଖଳନରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୃତକଙ୍କ ପରିବାରକୁ ତୁରନ୍ତ ଅନୁକମ୍ପା ରାଶି ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ମୌସୁମୀ ସମ୍ପର୍କରେ ପାଣିପାଗ ବିଭାଗ କହିଛି ଯେ ମେ ୩୦ ରେ ଏହା ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଂଶ ଆଡକୁ ଅଗ୍ରଗତି କରିଛି। ମୌସୁମୀ ସମଗ୍ର ନାଗାଲାଣ୍ଡ, ମଣିପୁର, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ ଏବଂ ଆସାମର କିଛି ଅଂଶ ସହିତ ଉତ୍ତର-ପୂର୍ବ ଅଞ୍ଚଳର ଅଧିକାଂଶ ଅଂଶକୁ ଛୁଇଁଛି। ଗତ କିଛି ଦିନ ହେବ କେରଳରେ ପ୍ରବଳ ବର୍ଷା ହୋଇଛି।

Comments are closed.