Latest Odisha News

ଭୋଟ୍ ଦେବା ସମୟରେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ବାଲେଶ୍ବର: ଭୋଟ୍ ଦେବାକୁ ଆସିଥିଲେ ଚାଲିଗଲା ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରିରେ । ଭୋଟ୍ ଦେବାକୁ ଆସି ବୁଥ୍ ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ,ଭୋଟ୍ ଦେବାକୁ ଆସି  ବୁଥ୍ ରେ ଟଳିପଡିଥିଲେ ବୃଦ୍ଧ । ନୀଳଗିରି ଈଶ୍ବରପୁର ୧୫୯ ନଂ ବୁଥକୁ ଭୋଟ୍ ଦେବାକୁ ଆସିଥିଲେ ୭୭ ବର୍ଷୀୟ ବୃଦ୍ଧ । ହଟାତ୍ ବୁଥ ଭିତରେ ଅଚେତ୍ ହୋଇ ପଡ଼ିଯାଇଥିଲେ ବୃଦ୍ଧ ଜଣଙ୍କ ।

ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅସହ୍ୟ ଗରମ ଓ ଗୁଳିଗୁଳି ଯୋଗୁଁ ଏଭଳି ଘଟିଛି ବୋଲି ଅନୁମାନ କରାଯାଉଛି ।

ରାଜ୍ୟରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ ।  ରାଜ୍ୟର ୬ ଲୋକସଭା ସହ ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି ।  ଲୋକସଭା ପାଇଁ ୬୬ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ଲଢ଼ୁଛନ୍ତି ୩୯୪ ଜଣ ପ୍ରାର୍ଥି । ଜନତା ବାଛୁଛନ୍ତି ତାଙ୍କର ନେତା । ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଛି ।

Comments are closed.