କେନ୍ଦ୍ରାପଡ଼ା: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଇଭିଏମ୍ ରେ ସିଲ୍ ହୋଇଛି ୬ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ। ଏହାରି ଭିତରେ ଅନେକ ଜାଗାରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଲୋକସଭା ଆସନର ଅନେକ ଜାଗାରେ ହିଂସା ଦେଖିବାକୁ ମିଳିଛି।କେନ୍ଦ୍ରାପଡ଼ା ନିର୍ବାଚନୀ ମଣ୍ଡଳୀ ୩୫ ନଂ ବିଜେପି ବୁଥ ସଭାପତିଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ଛୁରା ମାଡ଼ କରିଥିବା ଅଭିଯୋଗ କରିଛନ୍ତି । ବିଜେପି ଏନେଇ ଥାନାରେ ଏତଲା ଦେଇଛି।
ସେହିପରି ପୂର୍ବରୁ ମଧ୍ୟ ସାଲେପୁରରେ ମଧ୍ୟ ହିଂସାକାଣ୍ଡର ଅଭିଯୋଗ ହୋଇଥିଲା। ଆହୁରି ମଧ୍ୟ ଅନେକ ବୁଥ ରେ ରିଗିଂ ହେଉଥିବା ନେଇ ଅଭିଯୋଗ କରିଥିଲେ ସାଲେପୁର ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ।ତେବେ ଏନେଇ କଟକ ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ନିଜର ଏକ୍ସ ରେ କହିଛନ୍ତି , ସାଲେପୁର ବିଧାନସଭା ଆସନର ୧୮୪ ଓ ୧୮୫ ନଂ ବୁଥର ୧୫୦ମିଟର ଦୂରରେ ଦୁଇ ପାର୍ଟି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ତେବେ ଏହାକୁ ନେଇ ପନିକି ରେ ଆକ୍ରମଣ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି କିଛି ଘଟଣା ସେଠି ଘଟିଥିବାରୁ ଅଭିଯୋଗ ହୋଇନାହିଁ।
BREAKING NEWS
- ହାଥରସରେ ୧୨୧ ଜଣଙ୍କ ମୃତ୍ୟୁ କାହିଁକି ଓ କେମିତି ହେଲା? ଏସଆଇଟି ରିପୋର୍ଟରୁ ବଡ ଖୁଲାସା
- ୨୨ରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ, ୨୫ରେ ଉପସ୍ଥାପିତ ହେବ ବଜେଟ୍
- ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ରଥଯାତ୍ରାରେ ହେବେ ସାମିଲ
- ଭିଜିଲାନ୍ସ ଜାଲରେ ଚନ୍ଦ୍ରପୁରୁ ତହସିଲଦାର
- ସେଲ୍ଫି ନେବା ହେଲା କାଳ, ଜଳ ଭଣ୍ଡାରରେ ବୁଡି ଜଣଙ୍କର ମୃତ୍ୟୁ
- ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ
- ବିହାରରେ ବ୍ରିଜ ଭୁଶୁଡ଼ିବା ଘଟଣା; ୧୬ ଜଣ ଯନ୍ତ୍ରୀ ନିଲମ୍ବିତ
- କୁସୁମା ପରିସରରେ ଥିବା ୯ଟି କଟେଜ୍ କ୍ରୀଡ଼ା ବିଭାଗର
- ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମସ୍ତ ପ୍ରାଧିକରଣର ଦାୟିତ୍ୱ
- ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩: ୬ ଜଣ ବିଜେତାଙ୍କୁ ମିଳିଲା ୬ ଲକ୍ଷ ଟଙ୍କା