Latest Odisha News

ଆଜି ପୁଣି ଜେଲ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ : ସରିଲା ଅନ୍ତରୀଣ ଜାମିନ୍ ଅବଧି।ପୁଣି ଜେଲ ଫେରିବେ କେଜ୍ରିୱାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କର ଗତକାଲି ଅର୍ଥାତ ଜୁନ୍ ୧ରେ ଅନ୍ତରୀଣ ଜାମିନ୍ ଅବଧି ସମାପ୍ତ ହୋଇଛି। ଆଜି ପୁଣି ଜେଲରେ ହାଜର ହେବେ ।

ତେବେ ଏହି ନିକଟରେ କେଜ୍ରିୱାଲ ଏକ ପ୍ରେସମିଟ କରି ଦିଲ୍ଲୀ ବାସୀଙ୍କୁ ଉଦବୋଧନ ଦେଇଥିଲେ। କହିଥିଲେ ମୁଁ ଜେଲ ଭିତରେ ରହିଲେ ମଧ୍ୟ ରାଜ୍ୟର କିଛି ବି କାମରେ ବାଧା ଆସିବା ନାହିଁ।
ଏହାସହିତ ଜେଲରେ ସାମ୍ନା କରୁଥିବା ଅସୁବିଧାକୁ ନେଇ ଅଭିଯୋଗ କରିଥିଲେ କେଜ୍ରିୱାଲ। ୫୦ ଦିନ ଜେଲରେ ରହିଲା ବେଳେ ମତେ ଡାଇବେଟିସ ମେଡିସିନ ଦିଆଯାଉ ନଥିଲା ବୋଲି କହି ଅଭିଯୋଗ କରିଥିଲେ କେଜ୍ରିୱାଲ। ଆହୁରି ମଧ୍ୟ ଜେଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଥିବା କଥା କହିଥିଲେ। ୫୦ ଦିନ ଭିତରେ କେଜ୍ରିୱାଲଙ୍କ ଓଜନ ୬ କେଜି କମି ଯାଇଥିଲା ବେଳେ ଜେଲରୁ ବାହାରିବା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇନାହାନ୍ତି। ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତରମାନେ ବେଶ ଚିନ୍ତିତ ଅଛନ୍ତି । ଯାହାକୁ ନେଇ ଜାମିନ୍ନ ଅବଧି ବଢ଼ାଇବା ପାଇଁ ଆବେଦନ କରିଥିଲେ କେଜ୍ରିୱାଲଙ୍କ ଓକିଲ। ହେଲେ ଏହା ଉପରେ କିଛି ଶୁଣାଣି କରିବେ ନାହିଁ ବୋଲି କହିଥିଲେ କୋର୍ଟ। ତାଙ୍କୁ ଜୁନ୍ ୨ ରେ ହାଜର ହେବା ପାଇଁ ଆଦେଶ ମଧ୍ୟ ଦେଇଥିଲେ।

ତେବେ ଏହା ସହିତ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଆଦେଶକୁ ଶନିବାର ସ୍ଥାନୀୟ ରାଉଜ ଆଭେନ୍ୟୁ କୋର୍ଟ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଏହାସହା ଶୁଣାଣି ସମୟରେ କୋର୍ଟଙ୍କ ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ କେଜ୍‌ରିଓ୍ବାଲଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଏନେଇ ଇଡି କହିଛି ଯଦି ଜେଲରେ କେଜ୍‌ରିଓ୍ବାଲଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଏମ୍‌ସ କିମ୍ବା ଅନ୍ୟ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯିବ।

କହିରଖୁଛୁ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ଇଡି । ପ୍ରାୟ ୫୦ ଦିନ ଜେଲରେ ରହିବା ପରେ ଲୋକସଭା ନିର୍ବାଚନର ପ୍ରଚାର ପାଇଁ ତାଙ୍କୁ ୨୧ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଆଜି ତିହାର ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ।

Comments are closed.