Latest Odisha News

ବୈଷ୍ଣୋଦେବୀରେ ତମାଖୁ ବିକ୍ରି ଓ ସେବନ ଉପରେ ଲାଗିଲା ବ୍ୟାନ

ଶ୍ରୀନଗର: ଜମ୍ମୁ କାଶ୍ମୀର ପ୍ରଶାସନ ପବିତ୍ର ସହର କଟରାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଣିକି ଆଉ ବିକ୍ରି ହେବନି ସିଗାରେଟ୍ ଓ ତମାଖୁ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ଉତ୍ପାଦ ଉପରେ ନିଷେଧାଦେଶ ଜାରି ରହିଛି। ଏହା ସତ୍ତ୍ୱେ ବି ଲୋକମାନେ ଏହାକୁ ମାନୁ ନାହାନ୍ତି।

ରିୟାସିର ଜିଲ୍ଲା ମାଜିଷ୍ଟ୍ରେଟ ବିଶେଶ ମହାଜନ କହିଛନ୍ତି ଯେ ବିଶ୍ୱ ତମାଖୁ ନିଷେଧ ଦିବସରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଧାର୍ମିକ ସ୍ଥାନର ପବିତ୍ରତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଏହି ଧାର୍ମିକ ସ୍ଥାନରେ ଖୋଲାଖୋଲି ଭାବେ ସିଗାରେଟ୍ ଏବଂ ତମାଖୁ ସେବନ କରୁଛନ୍ତି। ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସରକାର। ଯାତ୍ରା ମାର୍ଗରେ ଏହି ନିଶା ପଦାର୍ଥ ବ୍ୟବହାର ଉପରେ ବ୍ୟାନ୍ ଲଗାଇଛନ୍ତି। ମହାଜନ କହିଛନ୍ତି ଯେ ଧାରା ୧୪୪ ଅନୁଯାୟୀ ଆମେ ନୁମାଇ ଏବଂ ପନ୍ତଲ ଚେକ୍ ପୋଷ୍ଟ ଠାରୁ ଭୱାନ ପର୍ଯ୍ୟନ୍ତ ତାରା କୋର୍ଟ ଟ୍ରାକ ମାଧ୍ୟମରେ ସିଗାରେଟ, ଗୁଟଖା ଏବଂ ଅନ୍ୟାନ୍ୟ ପ୍ରକାରର ତମାଖୁ ସଂରକ୍ଷଣ, ବିକ୍ରୟ ତଥା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛୁ। ଏହି ନିଷେଧାଦେଶ ହେଉଛି ମଦ୍ୟପାନ ଏବଂ ମାଂସ ବିକ୍ରୟ ତଥା ବ୍ୟବହାର ଉପରେ ଥିବା ନିଷେଧାଦେଶର ଏକ ବିସ୍ତାର।

ଏନେଇ ଜିଲ୍ଲାପାଳ କହିଛନ୍ତି ଯେ, “ଲୋକେ ଶ୍ରଦ୍ଧାର ସହ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏଥିପାଇଁ ସମଗ୍ର ମାର୍ଗରେ ମଦ୍ୟପାନ, ମାଂସ ଏବଂ ତମାଖୁ ସେବନ ପାଇଁ ନିଷେଧ ରହିଛି। ହେଲେ ନିଷେଧାଦେଶ ସତ୍ତ୍ବେ ଲୋକେ ଏହି ସବୁ ସେବନ କରୁଥିବା ଦେଖିବାକୁ ମିଳିଛି । ଏନେଇ ଆମେ କଟରାର ନୋମାଇ ଚେକପୋଷ୍ଟ, ପଥାଲ ଚେକପୋଷ୍ଟ, ତାରାକୋର୍ଟ ମାର୍ଗର ବିନ୍ଦୁରୁ ମାତା ବୈଷ୍ଣୋଦେବୀ ଭବନ ପର୍ଯ୍ୟନ୍ତ କୌଣସି ପ୍ରକାର ତମାଖୁ ବିକ୍ରିକୁ ବ୍ୟାନ କରାଯାଇଛି। “ନିକଟରେ ଏକ ଖବର ଆସିଥିଲା ଯେ ମାତାଙ୍କ ଦରବାରରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ଭାବରେ ବୃକ୍ଷ ଦିଆଯିବ। ଏଥିପାଇଁ ଶ୍ରୀ ମାତା ବୈଷ୍ଣୋ ଦେବୀ ଜୀ ଶ୍ରୀମନ୍ଦିର ବୋର୍ଡ ପ୍ରଶାସନ ଉତ୍ତର ଭାରତରେ ହାଇଟେକ ନର୍ସରୀ ପ୍ରସ୍ତୁତ କରିଛି।

Comments are closed.