Latest Odisha News

ଆଜିଠୁ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ, ସରକାରୀ ଭାବେ ଆନ୍ଧ୍ରପ୍ରଦେଶର କୌଣସି ରାଜଧାନୀ ନାହିଁ

ହାଇଦ୍ରାବାଦ: ଦୁଇଟି ରାଜ୍ୟର ରାଜଧାନୀ ବଲାଉଥିବା ହାଇଦ୍ରାବାଦ ଆଜିଠାରୁ କେବଳ ତେଲେଙ୍ଗାନାର ରାଜଧାନୀ ହୋଇଛି। ହାଇଦ୍ରାବାଦ ଆଉ ଦୁଇଟି ରାଜ୍ୟର ରାଜଧାନୀ ନୁହେଁ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ଅନୁଯାୟୀ, ଆଜିଠାରୁ ଅର୍ଥାତ୍ ଜୁନ ୨ ତାରିଖଠାରୁ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ ହୋଇଛି। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର ଥିଲା। ଅର୍ଥାତ୍ ଆଜିଠାରୁ ସରକାରୀ ଭାବେ ଆନ୍ଧ୍ରପ୍ରଦେଶର କୌଣସି ରାଜଧାନୀ ନାହିଁ।

ସୂଚନା ଅନୁସାରେ ଜୁନ୍ ୨ ତାରିଖ ୨୦୧୪ରେ ଆନ୍ଧ୍ରପ୍ରଦେଶର ବିଭାଜନ ପରେ ତେଲେଙ୍ଗାନା ରାଜ୍ୟ ଗଠନ ହୋଇଥିଲା। ସେହି ଦିନଠାରୁ ହାଇଦ୍ରାବାଦ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ରାଜଧାନୀ ହୋଇ ରହିଲା। ଏହା ପରେ ଆନ୍ଧ୍ରପ୍ରଦେଶ ପୁନର୍ଗଠନ ବିଲ୍ ଫେବୃଆରୀ ୨୦୧୪ରେ ସଂସଦରେ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଏବଂ ୨ ଜୁନ୍ ୨୦୧୪ରେ ଦେଶରେ ଏକ ନୂତନ ରାଜ୍ୟ ତେଲେଙ୍ଗାନା ଗଠନ ହୋଇଥିଲା। ତେବେ ଆନ୍ଧ୍ରପ୍ରଦେଶରେ ତେଲେଙ୍ଗାନା ରାଜ୍ୟ ପାଇଁ ଦୀର୍ଘ ଦିନ ଧରି ଦାବି ରହିଥିଲା।

ଆନ୍ଧ୍ରପ୍ରଦେଶର ପୁନର୍ଗଠନ ଅନୁଯାୟୀ, ହାଇଦ୍ରାବାଦ ୧୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଉଭୟ ରାଜ୍ୟର ରାଜଧାନୀ ରହିପାରିବ ନାହିଁ। ଗତ ମାସରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେୱନ୍ତ ରେଡ୍ଡୀ ଆନ୍ଧ୍ରପ୍ରଦେଶରୁ ୧୦ ବର୍ଷ ପାଇଁ ଦିଆଯାଇଥିବା ସରକାରୀ ଗେଷ୍ଟ ହାଉସକୁ ଫେରାଇ ଆଣିବାକୁ ଅଧିକାରୀମାନଙ୍କୁ କହିଥିଲେ। ୧୦ ବର୍ଷର ବିଭାଜନ ପରେ ମଧ୍ୟ ଅନେକ ପ୍ରସଙ୍ଗରେ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି ।

Comments are closed.