Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ଭେଙ୍କେଟେଶ ଆୟାର

ନୂଆଦିଲ୍ଲୀ:ଅଲରାଉଣ୍ଡର ଭେଙ୍କେଟେଶ ଆୟାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶ୍ରୁତି ରଘୁନାଥନ ତାଙ୍କ ଜୀବନସାଥୀ ହୋଇଛନ୍ତି । ଗତ ବର୍ଷ ନଭେମ୍ବରରେ ଉଭୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଭେଙ୍କେଟେଶ ଓ ଶ୍ରୁତିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି । ନିକଟରେ ଆଇପିଏଲ ଚାମ୍ପିୟନ ହୋଇଥିବା କୋଲକାତା ନାଇଟ ରାଇଡର୍ସ ଟିମର ସେ ସଦସ୍ୟ ଥିଲେ । ଶ୍ରୁତି ଜଣେ ଫ୍ୟାଶନ ଡିଜାଇନର । ସେ ପିଏସଜି କଲେଜ ଅଫ ଆର୍ଟସ ଆଣ୍ଡ ସାଇନ୍ସରୁ ସେ ବିକମ କରିଥିଲେ । ଏହା ପରେ ଏନଆଇଏଫଟିରୁ ଫ୍ୟାଶନ ମ୍ୟାନେଜମେଂଟରେ ମାଷ୍ଟର ଡିଗ୍ରୀ କରିଥିଲେ ।

ଅପରପକ୍ଷରେ ଭେଙ୍କେଟେଶ ଆଇପିଏଲ ୨୦୨୪ରେ ସେ ୧୪ ମ୍ୟାଚରୁ ୪୬.୨୫ ଆଭରେଜରେ ୩୭୦ ରନ କରିଛନ୍ତି । ସେ ଅବଶ୍ୟ ଫେବୃୟାରୀ ୨୦୨୨ ପରଠାରୁ ଭାରତୀୟ ଟିମରେ ସ୍ଥାନ ପାଇ ପାରି ନାହାନ୍ତି । ୨୦୨୧ରେ ସେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ ।

Comments are closed.