Latest Odisha News

ମଇଦାନରେ ଷ୍ଟାର ରାଜନେତା: ଜିତିଲେ ସିଦ୍ଧାନ୍ତ-ଆକାଶ, ହାରିଲେ ଅରିନ୍ଦମ-ବର୍ଷା

ଗଞ୍ଜାମ: ମଇଦାନକୁ ଓହ୍ଲାଇଥିଲେ ଷ୍ଟାର । ଲକ୍ଷ ଥିଲା ଆସନ ହାତେଇବା । ହେଲେ ସବୁ ମାରିଲା ଫେଲ୍ । ଜନତା ଦେଖାଇଦେଲେ ଗ୍ରାଉଣ୍ଡରେ କାମ ନଥିଲେ ଷ୍ଟାର ମୋହର କାମ ଦେବନି । ଏହାରି ଭିତରେ ୨ଟି ସ୍ଥାନରେ ଷ୍ଟାର ଜିତିଥିବା ବେଳେ ୨ଟି ସ୍ଥାନରେ ଫେଲ୍ ମାରିଛନ୍ତି । ତେବେ ଦିଗପହଣ୍ଡିରେ ଗ୍ରାଉଣ୍ଡରେ ନଜର ଆସୁଥିଲେ ସିଦ୍ଧାନ୍ତ  । ସେହିପରି କୋରେଇରେ ମଧ୍ୟ ଆକାଶ ଦାସ ନାୟକ ଆକ୍ଟିଭ୍ ଥିଲେ ।

ଓଡିଶା ବିଧାନସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି । ଦିଗପହଣ୍ଡିରେ ଦମ୍ ଦେଖାଇଛି ବିଜେପି ।ବିଜେପି ପ୍ରାର୍ଥି ସିଦ୍ଧାନ୍ତ ମହାପାତ୍ର ବିଜୟୀ ହୋଇଛନ୍ତି। ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର । ୨୦୦୯ରୁ ଲଗାତାର ଭାବେ ବିଜେଡି ଦିଗପହଣ୍ଡିରେ ବିଜୟୀ ହେଉଥିବା ବେଳେ ବିଜେପି ଏଥର ବାଜିମାତ୍ କରିନେଇଛି ।

ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି  । ସୂର୍ଯ୍ୟ ପାତ୍ର ବିଜେଡିରୁ ୩ ଥର ବିଧାୟକ ହୋଇଥିବା ବେଳେ ଏଥର ତାଙ୍କ ପୁଅକୁ ଟିକେଟ୍ ଦେଇଥିଲା ଦଳ । ଆଉ ତାଙ୍କ ବିରୋଧରେ ବିଜେପି ସିଦ୍ଧାନ୍ତଙ୍କୁ ଛିଡା କରିଥିଲା । ଆଉ ବିଜେଡି ଛାଡି ବିଜେପି ଯୋଗ ଦେଇଥିବା ସିଦ୍ଧାନ୍ତ ଦିଗପହଣ୍ଡିରେ ବାଜିମାରି ନେଇଛନ୍ତି । ସେହିପରି କୋରେଇରେ ଜିତିଛନ୍ତି  ଆକାଶ ଦାସନାୟକଙ୍କ  । କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକଙ୍କ  ବଡ ବିଜୟ  । ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି ଆକାଶ ଜିତିଛନ୍ତି ।

ସେପଟେ ବଡଚଣାରେ କାମ ଦେଲାନି ବର୍ଷାଙ୍କ ଷ୍ଟାର ଚେହେରା । ବଡଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ। ଅନ୍ୟପଟେ ବିଜେପିମୁହାଁ ହୋଇ ସାଲେପୁର ବିଧାନସଭା ଆସନରେ ମଇଦାନକୁ ଓହ୍ଲାଇଥିଲେ ଓଲିଉଡ ଷ୍ଟାର ଅରିନ୍ଦମ  । କିନ୍ତୁ ବିଜେଡିର ପ୍ରଶାନ୍ତ ବେହେରା ଅରିନ୍ଦମ ଙ୍କୁ ପରାସ୍ତ କରି ହାତେଇଛନ୍ତି ସାଲେପୁର ବିଧାନସଭା ଆସନ ।

 

 

Comments are closed.