Latest Odisha News

BREAKING NEWS

ଜୁନ୍ ୧୨ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ, ମୋଦୀଙ୍କ ଶପଥ ପାଇଁ ଘୁଞ୍ଚିଲା ତାରିଖ

ଅମରାବତୀ: ତେଲୁଗୁ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଜୁନ୍ ୧୨ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଅମରାବତୀରେ ହେବ ଶପଥ ସମାରୋହ। ଏହା ପୂର୍ବରୁ ଖବର ଥିଲା ଯେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଶପଥ ଗ୍ରହଣ ସମାରୋହ ଜୁନ୍ ୯ ତାରିଖରେ ଅନୁଷ୍ଠିତ ହେବ। ଯାହାକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଏବେ ଏହି ତାରିଖ ପରିବର୍ତ୍ତନ ହୋଇଛି।

ନରେନ୍ଦ୍ର ମୋଦୀ ଜୁନ ୮ ତାରିଖରେ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ମୋଦୀଙ୍କ ଶପଥ ପାଇଁ ଘୁଞ୍ଚିଲା ତାରିଖ। ସୂଚନା ଥାଉକି, ଆନ୍ଧ୍ରପ୍ରଦେଶରେ ଟିଡିପିର ବିପୁଳ ବିଜୟ ହୋଇଛି। ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୋଟ ୧୭୫ ଆସନ ମଧ୍ୟରୁ ୧୩୩ରେ ବିଜୟ ହାସଲ କରି ୩ରେ ଆଗୁଆ ରହିଛି । ଏହାର ସହଯୋଗୀ ଦଳ ବିଜେପିକୁ ୮ଟା ଆସନ ଓ ଜନସେନା ପାର୍ଟିକୁ ୧୦ ଟି ଆସନରେ ବିଜୟ ମିଳିଛି ।

ସେହିପରି ଶାସକ ଦଳ ତଥା ଜଗନ ମୋହନ ରେଡ୍ଡିଙ୍କ ୱାଇଏସଆର କଂଗ୍ରେସ ମାତ୍ର ୧୦ଟି ଆସନରେ ଜିତିଛି। ଏହି ବିଜୟ ପରେ ଟିଡିପିର ଦଳୀୟ ମୁଖ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଜୁନ୍ ୧୨ ତାରିଖରେ ନାଇଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ମେ’ ୧୩ ତାରିଖରେ ରାଜ୍ୟରେ ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Comments are closed.