Latest Odisha News

ମୋଦୀଙ୍କ ସହ ବୈଠକ ପରେ ଇଣ୍ଡିଆ ମେଣ୍ଟର ଅନ୍ୟତମ ନେତା ଷ୍ଟାଲିନଙ୍କୁ କାହିଁକି ଭେଟିଲେ ନାଇଡୁ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ବୁଧବାର ଦିଲ୍ଲୀରେ ଦୁଇଟି ବଡ଼ ବୈଠର ବସିଥିଲା। ଗୋଟିଏ ବୈଠକ ଏନଡିଏର ଏବଂ ଅନ୍ୟଟି ଇଣ୍ଡିଆ ମେଣ୍ଟର ଥିଲା। ଏହି ବୈଠକକୁ ନେଇ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ଦକ୍ଷିଣ ଭାରତର ଦୁଇ ନେତା ଏମକେ ଷ୍ଟାଲିନ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ମଧ୍ୟରେ ସାକ୍ଷାତ ରାଜନୈତିକ ଚର୍ଚ୍ଚା ଆହୁରି ବଢ଼ିଛି। ଏହି ଦୁଇ ନେତା ଭିନ୍ନ ଭିନ୍ନ ମେଣ୍ଟରେ ସାମିଲ ଅଛନ୍ତି।

ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରୁ ରୋକିବା ପାଇଁ ବିରୋଧୀ ମାନେ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଏନଡିଏ ସହଯୋଗୀଙ୍କୁ ମେଣ୍ଟରେ ସାମିଲ କରିବା ପାଇଁ ଚେଷ୍ଟା କରୁଥିବା ଚର୍ଟ୍ଟା ହେଉଛି। ଏହାରି ଭିତରେ ଉଭୟଙ୍କ ମଧ୍ୟରେ ଏହି ଭେଟଘାଟ ହୋଇଛି।

ତେବେ ଉଭୟ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ବିଜେପିକୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାକୁ ମେଣ୍ଟର ନେତା ଭାବେ ଅନୁମୋଦନ କରିଛନ୍ତି। କେନ୍ଦ୍ରରେ ପରବର୍ତ୍ତୀ ସରକାର ଗଠନ ପାଇଁ ମେଣ୍ଟକୁ ସମର୍ଥନ ଦେବାକୁ ଏନଡିଏ ସହଯୋଗୀମାନେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

ସେହିଦିନ ଟିଡିପି ସୁପ୍ରିମୋ ଏନ୍ ଚନ୍ଦ୍ରବାବୁ ନାଇଡୁ କହିଥିଲେ ଯେ ତାଙ୍କ ଦଳ ଏନଡିଏରେ ଅଛି ଏବଂ ସେ ଏନଡିଏ ବୈଠକରେ ଯୋଗ ଦେବେ।

ମିଳିଥିବା ସୂଚନା ଅନୁସାରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଦିଲ୍ଲୀ ବିମାନବନ୍ଦରରେ ପରସ୍ପରକୁ ଭେଟିଥିଲେ। ଏହି ସମୟରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ନିଜ ନିଜ ରାଜ୍ୟ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ନିର୍ବାଚନ ଫଳାଫଳ ପରେ ଏନଡିଏ ବୈଠକରେ ଯୋଗଦେବା ପାଇଁ ନାଇଡୁ ବୁଧବାର ଦିଲ୍ଲୀରେ ବିଜେପି ଏବଂ ଅନ୍ୟ ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

କେନ୍ଦ୍ରରେ ସରକାର ଗଠନ ନେଇ ଆଲୋଚନା କରିବା ପାଇଁ ବିଜେପି ବୈଠକରେ ଯୋଗ ଦେବା ପାଇଁ ଦିଲ୍ଲୀ ଆସିଥିବା ଏମକେ ଷ୍ଟାଲିନ ଏକ୍ସରେ ଲେଖିଛନ୍ତି। ଏହି ସମୟରେ ସେ ଦିଲ୍ଲୀ ବିମାନବନ୍ଦରରେ ସେ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲେ। ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଶା ବ୍ୟକ୍ତ କରିଛନ୍ତି ଯେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭାଇ ଭଉଣୀ ଭଳି ଚଳିବେ।

Comments are closed.