Latest Odisha News

BREAKING NEWS

ନିଶାଗ୍ରସ୍ତ ହୋଇ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ୨ ଗିରଫ

ଖୋର୍ଦ୍ଧା: ଟ୍ରେନ୍ କୁ ପଥର ଫିଙ୍ଗିବା ପଡିଲା ମହଙ୍ଗା ଗିରଫ ହେଲେ ଦୁଇ ଯୁବକ । ଗତ ୬ ତାରିଖ ସାନ୍ଧ୍ୟ ସମୟରେ ୧୨୫୫୨ କାମାକ୍ଷା-ବେଙ୍ଗାଲୁରୁ ଏକ୍ସପ୍ରେସ କୁ ପଥର ଫିଙ୍ଗିବା ଅଭିଯୋଗରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ଦୁଇ ଜଣଙ୍କୁ ଗିରଫ କରିଛି ​​। ଗିରଫ ଦ୍ବୟ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଲାବାଇ ଗାଁର ରମେଶ ମାଝି (୩୮) ଓ ନକୂଳପଟାନା ଗାଁର ସଦାଶିବ ପ୍ରଧାନ (୩୩) ।

ଖୋର୍ଦ୍ଧା ରୋଡ଼୍ ରେଳ ମଣ୍ଡଳ ରେଳବାଇ ସୁରକ୍ଷା ବଳ ଦ୍ୱାରା ତ୍ୱରିତ ପଦକ୍ଷେପ ନିଆଯାଇ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

ଯାତ୍ରୀ ଏବଂ ରେଲୱେ କର୍ମଚାରୀଙ୍କ ସୁରକ୍ଷା ପ୍ରତି ପଥର ଫିଙ୍ଗିବା ଜନିତ ବିପଦ ଖବର ପାଇବା ପରେ ରେଳବାଇ ସୁରକ୍ଷା ବଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା । ଏହି ଘଟଣା ପୂର୍ବତଟ ରେଳପଥର ହାଓଡ଼ା-ଚେନ୍ନାଇ ମୁଖ୍ୟ ମାର୍ଗର ଖୋର୍ଦ୍ଧା ରୋଡ଼-ବାଲୁଗାଁ ରେଳ ସେକ୍ସନର ଗୋଲାବାଇ ଓ ନିରାକାରପୁର ମଧ୍ୟରେ ଘଟିଥିଲା ।

ରେଳ ଟ୍ରାକ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ନିଶାଗ୍ରସ୍ତ ହୋଇ ଦୀର୍ଘସମୟ ଧରି ଏହି ଦୁଇ ଜଣ ବସିରହିଥିଲେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଟ୍ରେନ ଯାତାୟାତ ସମୟରେ କୌଣସି ଟ୍ରେନ କୁ ପଥର ଫିଙ୍ଗିଛନ୍ତି ବୋଲି ସ୍ୱୀକାର କରିଥିଲେ ।

ରେଳ ଆଖପାଖରେ ସେମାନଙ୍କ ଦୀର୍ଘ ସମୟ ଉପସ୍ଥିତି ପାଇଁ ପ୍ରଶ୍ନ କରାଯିବାରୁ ଉଭୟ ଅପରାଧୀ ସନ୍ତୋଷଜନକ ଦେବାରେ ବିଫଳ ହୋଇଥିଲେ ଏବଂ ମଦ୍ୟପାନ କରି ଏପରି କାର୍ଯ୍ୟ କରିଥିବା ସ୍ୱୀକାର କରିଥିଲେ । ରେଲୱେ ସୁରକ୍ଷା ବଳ ପକ୍ଷରୁ ଉକ୍ତ ଦୁଇ ଜଣଙ୍କ ନାଁରେ ରେଳ ଅଧିନିୟମ ଧାରା ଅନୁଯାୟୀ କେସ ରୁଜୁ କରାଯାଇଛି ।

Comments are closed.