Latest Odisha News

BREAKING NEWS

ଉମା ସାମନ୍ତରାୟ ଖୋଲିଲେ ବିଜେଡି ଅସନ୍ତୋଷ ପେଡ଼ି

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । ବିଜେଡିର ପରାଜୟ ପରେ ଜଣଙ୍କ ପରେ ଜଣେ ବିଜେଡିର ବଡ ବଡ ନେତା ମୁହଁ ଖୋଲିଛନ୍ତି । ଆଜି ବିଜେଡି ନେତା ଉମା ସାମନ୍ତରାୟ  ବିଜେଡି ଅସନ୍ତୋଷ ପେଡ଼ି ଖୋଲିଛନ୍ତି  ।

ସେ କହିଛନ୍ତି ମୋତେ ବାଧ୍ୟ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପଠାଯାଇଥିଲା । ମୁଁ ଚାରି ଚାରି  ଥର ସତ୍ୟବାଦୀରୁ ଜିତିଥିଲେ ବି ବ୍ରହ୍ମଗିରି ପଠାଗଲା । ନବୀନ ପଟ୍ଟନାୟକ ନିଜେ ମୋତେ ଡାକି ବ୍ରହ୍ମଗିରିରୁ ଲଢ଼ିବାକୁ କହିଥିଲେ ।

ମତେ ଯଦି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଚ ତାହାଲେ ତୁମେ ବ୍ରହ୍ମଗିରିରୁ ଲଢ଼ବୋଲି ନବୀନ ପଟ୍ଟନାୟକ କହିଥିବା ଉମା କହିଛନ୍ତି । ତେଣୁ ମୁଁ ତାଙ୍କ କଥାରେ ବ୍ରହ୍ମଗିରିରୁ ଲଢ଼ିଥିଲି । ସେଠି ଏତେ ବଡ଼ ଅଞ୍ଚଳ ମୁଁ କଭର କରିବାକୁ ସମୟ ପାଇଲିନି ।

ଯଦି ମୁ୍ଁ ସତ୍ୟବାଦୀରୁ ଲଢ଼ିଥାନ୍ତି ତାହାଲେ ନିଶ୍ଚିତ ଜିତିଥାନ୍ତି ବୋଲି କହିଲେ ଉମା ସାମନ୍ତରାୟ । ମୁଁ ସବୁବେଳେ ସତ୍ୟବାଦୀ ଲୋକଙ୍କ ସହ ଥିଲି, ଆଉ ରହିବିବୋଲି କହିଛନ୍ତି ଉମା ।

Comments are closed.