Latest Odisha News

ନିଜ ନାମ ଆଗରୁ ଏବେ ‘ମୋଦୀ କା ପରିବାର’ ହଟେଇବାକୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭାରତୀୟ ଜନତା ଦଳର ନେତାମାନେ ‘ମୋଦୀ କା ପରିବାର’ ନାମରେ ଏକ ଅଭିଯାନ ଚଳାଇଥିଲେ। ଏହା ଅଧୀନରେ ବିଜେପି ନେତା ଓ କର୍ମୀମାନେ ସୋସିଆଲ ମିଡିଆରେ ନିଜ ନାମ ଆଗରେ ‘ମୋଦୀ କା ପରିବାର’ ଲେଖିଥିଲେ। ବର୍ତ୍ତମାନ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବିଜେପି କର୍ମୀଙ୍କୁ ନିବେଦନ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ନାମ ଆଗରୁ ‘ମୋଦୀ କା ପରିବାର’ ହଟାଇ ଦିଅନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଲୋକସଭା ନିର୍ବାଚନ ପ୍ରଚାର ସମୟରେ ସମଗ୍ର ଭାରତରେ ଲୋକମାନେ ମୋ ପ୍ରତି ଥିବା ସ୍ନେହର ପ୍ରତୀକ ଭାବରେ ସୋସିଆଲ ମିଡିଆ ଆକାଉଣ୍ଟରେ ‘ମୋଦୀ କା ପରିବାର ’ଲେଖିଥିଲେ। ଏହା ମୋତେ ବହୁତ ଶକ୍ତି ଦେଇଥିଲା | କ୍ରମାଗତ ତୃତୀୟ ଥର ପାଇଁ ଭାରତର ଲୋକମାନେ ଏନଡିଏକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି । ଯାହାକି ଆମ ଦେଶର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବାକୁ ଆମକୁ ନିର୍ଦ୍ଦେଶ ଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏବଂ କହିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ ପରିବାର, ଏହି ବାର୍ତ୍ତା ପ୍ରଭାବଶାଳୀ ଭାବରେ ପହଞ୍ଚାଇବା ପରେ ମୁଁ ପୁଣି ଥରେ ଭାରତର ଲୋକଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଅନୁରୋଧ କରୁଛି ଯେ ଆପଣ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ମୋଦୀ କା ପରିବାର’ ହଟେଇ ପାରିବେ ଏବଂ ନିଜର ନାମ ବଦଳେଇ ପାରିବେ । କିନ୍ତୁ ଭାରତର ପ୍ରଗତି ପାଇଁ ଉଦ୍ୟମ କରୁଥିବା ସମସ୍ତ ଜନତା ଏକ ପରିବାର ଭାବରେ ଆମର ବନ୍ଧନ ଦୃଢ ଏବଂ ଅତୁଟ ।

Comments are closed.