Latest Odisha News

BREAKING NEWS

ଜାମ୍ମୁରେ ଆତଙ୍କ ଖେଳେଇଥିବା ଆତଙ୍କୀଙ୍କ ସ୍କେଚ୍ ଜାରି, ମୁଣ୍ଡ ପିଛା ୨୦ ଲକ୍ଷ ପୁରଷ୍କାର

ଶ୍ରୀନଗର: ଗତକାଲି ଡୋଡୋ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଜାମ୍ମୁ କାଶ୍ମୀର ପୋଲିସ ଆକ୍ରମଣରେ ସମ୍ପୃକ୍ତ ଚାରିଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏମାନଙ୍କ ବାବଦରେ ସୂଚନା ପ୍ରଦାନ କରିବା ବ୍ୟକ୍ତିଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି ଜାମ୍ମୁ ପୋଲିସ । ଗତ ୪ଦିନ ହେବ ଜାମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଗତକାଲି ଡୋଡୋ ଅଞ୍ଚଳରେ ମଧ୍ୟ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଆକ୍ରମଣରେ ୫ ଜଣ ଯବାନ ଏବଂ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଏହାର ପ୍ରତିଉତ୍ତରରେ ସୁରକ୍ଷାକର୍ମୀ ଆତଙ୍କବାଦୀ ସଂଗଠନର ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।

ପୋଲିସ କହିବା ଅନୁସାରେ, ୪ ଆତଙ୍କବାଦୀଙ୍କ ସ୍କେଚ ଜାରି କରିଛ ଜାମ୍ମୁ ପୋଲିସ । ଏମାନେ ଭଦ୍ରବାହ, ଥାଥରୀ, ଗଣ୍ଡୋହର ଉପର ଇଲାକାରେ ରହିଥିବା ସନ୍ଦେହ କରାଯାଉଛି । ଉକ୍ତ ୪ ଆତଙ୍କୀଙ୍କ ବାବଦରେ ସୂଚନା ଦେଲେ ମୁଣ୍ଡ ପିଛା ୨୦ ଲକ୍ଷ ପୁରଷ୍ଟାର ରାଶି ଘୋଷଣା କରିଛି ପୋଲିସ । ତେବେ ଯେଉଁ ବ୍ୟକ୍ତି ଆତଙ୍କୀଙ୍କ ବିଷୟରେ ସୂଚନା ଦେବ ତାଙ୍କର ନାମ ଗୋପନ ରଖାଯିବ ବୋଲି କହିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ତିନି ଦିନ ମଧ୍ୟରେ ଜାମ୍ମୁ କାଶ୍ମୀରର ରିଆସୀ ଏବଂ କଠୁଆରେ କ୍ରମାଗତ ଭାବେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ରବିବାର ଦିନ ଜାମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ ହୋଇଥିଲା । ଗୁଳିମାଡରେ ବସଟି ଦୁର୍ଘଟଣାର ଶିକାର ହୋଇ ଏକ ଖାଇରେ ଖସିପଡିଥିବା ବେଳେ ଏଥିରେ ୧୦ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ । ପ୍ରଥମେ ବସଟି ଦୁର୍ଘଟଣାର ଶିକାର ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରୁ ଏକାଧିକ ରାଉଣ୍ଡର ଗୁଳି ଓ ଖୋକା ଜବତ ହେବା ପରେ ଏହା ଏକ ବଡଧରଣର ଆତଙ୍କୀ ହମଲା ବୋଲି ସ୍ପଷ୍ଟ ହୋଇଥିଲା । ଯାହାକୁ ନେଇ ପୁରା ଦେଶ ସ୍ତବ୍ଧ ହୋଇଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆରମ୍ଭ କରି ବହୁ ନେତା ରାଜନେତା ଦୁଃଖ ପ୍ରକାଶ କରିଥିଲେ ।

 

Comments are closed.