Latest Odisha News

ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଉପମୁଖ୍ୟମନ୍ତ୍ରୀ ହେଲେ ଚାଓନା ମୀନ୍‌

ଇଟାନଗର: ପେମା ଖାଣ୍ଡୁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହା ସହ ପେମା ଖାଣ୍ଡୁ କ୍ରମାଗତ ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶପଥ ଗ୍ରହଣ ସମାରୋହରେ ଅରୁଣାଚଳ ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ଭାବେ ଚାଓନା ମୀନ୍‌ ଶପଥ ଗ୍ରହଣ କରିଛନ୍ତି।

ଗୁରୁବାର ରାଜ୍ୟପାଳ କେ.ଟି. ପରନାଇକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଅନ୍ୟ ନେତାମାନଙ୍କ ଉପସ୍ଥିତିରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଖାଣ୍ଡୁଙ୍କ ସହ ଅନ୍ୟ ୧୧ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ଜନତା ପାର୍ଟି ଅରୁଣାଚଳ ପ୍ରଦେଶରେ କ୍ରମାଗତ ତୃତୀୟ ଥର ପାଇଁ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୬ଟି ସିଟ୍ ଜିତି କ୍ଷମତାକୁ ଫେରିଛି।

ସେହିପରି ଚାଓନା ମୀନ୍‌ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ପେମା ଖାଣ୍ଡୁ ସର୍ବସମ୍ମତି କ୍ରମେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ। ଭାରତୀୟ ଜନତା ପାର୍ଟି ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୪୬ଟି ଆସନ ଜିତିଥିବାବେଳେ ଏନପିପି ୫, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ତିନୋଟି ଏବଂ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ଦୁଇଟି ଆସନ ଜିତିଛି। ଅରୁଣାଚଳ ପ୍ରଦେଶର ଉଭୟ ଲୋକସଭା ଆସନରେ ବିଜେପି ଜିତିଛି। ସୂଚନା ଥାଉକି ଯେ ଏପ୍ରିଲ ୧୯ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Comments are closed.