Latest Odisha News

BREAKING NEWS

ଜାରି ରହିଛି ଖରାର ପ୍ରକୋପ, ବଢି ପାରେ ସ୍କୁଲ ଛୁଟି ଅବଧି

ଭୁବନେଶ୍ୱର: ରାଜ୍ୟରେ ଏବେ ଅସମ୍ଭାଳ ତାତି ଅନୁଭୂତ ହେଉଛି। ଜାରି ରହିଛି ଖରାର ପ୍ରକୋପ। ଓଡ଼ିଶାକୁ ଏଥର ଆଗୁଆ ମୌସୁମୀ ପ୍ରବେଶ କରିଛି ସତ କିନ୍ତୁ ସତେ ଯେପରି ବର୍ଷା ଲୁଚକାଳି ଖେଳୁଛି। ରାଜ୍ୟରେ ବର୍ଷା ଟିକେ ବି ହେଉନାହିଁ। ସକାଳ ୮ଟା ବାଜିଲେ ବି ଘରୁ ବାହାରିବା କଷ୍ଟ ହୋଇପଡ଼ୁଛି। ତେବେ ଗରମକୁ ନଜରରେ ରଖି ପୂର୍ବତନ ରାଜ୍ୟ ସରକାର ଜୁନ ୧୭ ତାରିଖ ଯାଏଁ ଖରା ଛୁଟି ଘୋଷଣା କରିଥିଲେ।

ହେଲେ ୨୦ ତାରିଖ ପର୍ଯ୍ୟନ୍ତ ଗୁଳୁଗୁଳି ସାଙ୍ଗକୁ ପାଗରେ କିଛି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏସବୁ ଭିତରେ ଆସନ୍ତାକାଲି ଅର୍ଥାତ୍ ଜୁନ ୧୮ ତାରିଖରେ ସ୍କୁଲ ଖୋଲିବ ବୋଲି ପୂର୍ବତନ ସରକାର ଘୋଷଣା କରିଥିଲେ। ଯଦି ଏଭଳି ପାଗ ରହେ ତେବେ ସ୍କୁଲ ଛୁଟି ଆଉ କିଛି ଦିନ ଘୁଞ୍ଚାଯିବ ବୋଲି ଚର୍ଚ୍ଚା ହେଉଛି।

ଏନେଇ ଆଜି ସନ୍ଧ୍ୟାରେ ସରକାରଙ୍କ ପକ୍ଷରୁ ଏକ ବୈଠକ ହେବ। ଏହି ବୈଠକରେ ସ୍କୁଲ ଛୁଟି ହେବ କି ନାହିଁ ତାହା ଜଣାପଡିବ। ସ୍କୁଲ ଛୁଟି ଆଉ ୩-୪ ଦିନ ଘୁଞ୍ଚାଇବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ। ତେବେ ଆଜି ଗଣଶିକ୍ଷା ବିଭାଗ ବୈଠକରେ ଆଲୋଚନା ପରେ ସ୍କୁଲ ଛୁଟି ବଢାଇବା ନେଇ ଘୋଷଣା କରିପାରନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ପ୍ରବଳ ଖରା ଓ ଗରମକୁ ଦେଖି ସ୍କୁଲଗୁଡିକରେ ପ୍ରଥମେ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ।

Comments are closed.