Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଜଣ ଓଏସ୍ଏସ୍ ଅଫିସରଙ୍କ ପ୍ରତ୍ୟାହାର ସ୍ଥଗିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଓଏସ୍ଏସ୍ କ୍ୟାଡର୍ ଅଧିକାରୀଙ୍କ ଚାକିରି ପ୍ରତ୍ୟାହାର ଓ ନିଜ ନିଜ ବିଭାଗରେ ସେମାନଙ୍କ ନିଯୁକ୍ତି ସଂକ୍ରାନ୍ତ ପୂର୍ବ ଆଦେଶକୁ ସ୍ଥଗିତ ରଖିଛି ଗୃହ ବିଭାଗ।

ଜୁନ୍ ୧୭ ତାରିଖରେ ଗୃହ ବିଭାଗ ତା’ର ପୂର୍ବ ନିର୍ଦ୍ଦେଶରେ କହିଥିଲା ଯେ ସିଏମ୍ଓରେ ଅବସ୍ଥାପିତ ୨୨ ଜଣ ଓଏସ୍ଏସ୍ କ୍ୟାଡର ଅଧିକାରୀଙ୍କ ସେବା ପ୍ରତ୍ୟାହାର କରାଯାଇ ସେମାନଙ୍କୁ ନିଜ ନିଜ ପ୍ରଶାସନିକ ବିଭାଗରେ ନିୟୋଜିତ କରାଯାଇଛି।

ଏମାନଙ୍କ ମଧ୍ୟରୁ ୨୨ ଜଣ ସଂସଦୀୟ ବ୍ୟାପାର ବିଭାଗର ହୋଇଥିବା ବେଳେ ଜଣେ ଯୋଜନା ଓ ସମନ୍ୱୟ ବିଭାଗର ଏବଂ ଅନ୍ୟ ଜଣେ ଗ୍ରାମ୍ୟ ଉନ୍ନୟନ ବିଭାଗର। ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଗୃହ ବିଭାଗ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛି।

Comments are closed.