Latest Odisha News

ଡିପଥେରିଆ ପରେ ଚିନ୍ତାବଢାଉଛି ଜଣ୍ଡିସ, ସମ୍ବଲପୁରରେ ୨୫ ଆକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ରାଜ୍ୟରେ ବର୍ତ୍ତମାନ ଡିପଥେରିଆ ଚିନ୍ତାର ବିଷୟ ପାଲଟିଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୬ ଛୁଇଁଛି । ଏହି ସମୟରେ ସମ୍ବଲପୁର ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଜଣ୍ଡିସ । ଏଥିରେ ୨୫ ଜଣ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ସମ୍ବଲପୁରର କୁମ୍ଭାରପଡା ଶାଲିଆବଗିଚା, ପେନସନପଡାରେ ଏହି ଜଣ୍ଡିସ ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ଏତେ ମାତ୍ରାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି ।

ତେବେ ଜଣ୍ଡିସ କେଉଁ କାରଣରୁ ବ୍ୟାପିଛି ତାହା ଏପର୍ଯ୍ୟନ୍ତ ଜଣାପଡିନଥିବାବେଳେ, ଖାରାପ ପାଣିର ପିଇବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି । ସ୍ଥିତି ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି ଡିପଥେରିଆ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୧୦ ବର୍ଷ ନାବାଳକର ମୃତ୍ୟୁ ହୋଇଛି । ମୃତକ ନାବାଳ କୋରାପୁଟ ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ଗାଁର ଦିପୁନା ମେଲେକା ବୋଲି ଜଣାପଡ଼ିଛି ।

Comments are closed.