Latest Odisha News

BREAKING NEWS

୧୮ ଘଣ୍ଟା ପରେ ବି ମିଳୁନି ପତ୍ତା, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ ଘଟଣାର ୧୮ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଛାତ୍ର ଜଣଙ୍କର ପତ୍ତା ମିଳିପାରିନାହିଁ। ନିଖୋଜ ଛାତ୍ର ଜଣକ ହେଉଛନ୍ତି କେ. ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ବର୍ଷୀୟ ହେମନସେନ ବେହେରା । ଏସଆରସି ନିର୍ଦ୍ଦେଶ କ୍ରମେ ହେଲିକପ୍ଟର ଯୋଗେ ଖୋଜା ଖୋଜି ଜାରିରହିଛି।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ୫ ଜଣ ସାଙ୍ଗ ସମୁଦ୍ରରେ ଗାଧୋଉ ଥିବାବେଳେ ହେମନସେନ ବେହେରା ଭାସି ଯାଇ ନିଖୋଜ ହୋଇଥିଲେ। ସେ ଡିପ୍ଲୋମା ଛାତ୍ର ଅଟନ୍ତି। ନିଖୋଜ ହେବାର ୧୮ ଘଣ୍ଟା ବିତିଯାଇଥିଲେ ମଧ୍ଯ ତାଙ୍କର କୌଣସି ଖବର ମିଳିନାହିଁ। ଏବେ ବି ତାଙ୍କୁ ଆକାଶପଥ ଓ ଜଳପଥରେ ଖୋଜାଖୋଜି କରାଯାଉଛି। ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍ ଓ ପୋଲିସ ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେପଟେ ପୁଅକୁ ନ ପାଇ ପରିବାର ଲୋକେ ସମୁଦ୍ର କୂଳରେ ଜଗି ରହିଛନ୍ତି।

Comments are closed.