ପୁରୀ: ରାତି ପାହିଲେ ବଡ ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା । ଏହି ପ୍ରରିପେକ୍ଷୀରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ କରୁଥିବାର ଦୃଶ୍ୟ ଏବଂ ଠାକୁର ଙ୍କ ହାତୀ ବେଶ କିପରି ଏବଂ କାହା ପାଇଁ ପ୍ରଭୁ ଧାରଣ କରିଥିଲେ ସେହି କାହାଣୀ କୁ ଅତି ନିଖୁଣ ଭାବରେ ଦେଖାଇଛନ୍ତି ସ୍ୟାଣ୍ଡ ଆନିମେସନ ମାଧ୍ୟ୍ୟମରେ ।
ଗଣପତି ଭଟ୍ଟ ଜଣେ ଭକ୍ତ ଯେକି ଦକ୍ଷିଣ ଭାରତର ସେ କେବଳ ପ୍ରଭୁ ଗଣେଶଙ୍କୁ ଆରାଧନା କରୁଥିଲେ ସେ କେବଳ ଗଣେଶ ଙ୍କୁ ଚିହ୍ନନ୍ତି । ସେ ସୁଦୂର ଦକ୍ଷିଣରୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ ଏବଂ ଜଗନ୍ନାଥଙ୍କ ମଧ୍ୟରେ ତାଙ୍କ ପ୍ରଭୁ ଗଣେଶଙ୍କୁ ଖୋଜିଥିଲେ ତାଙ୍କର ଏହି ବ୍ୟାକୁଳତାକୁ ପ୍ରଭୁ ଦେଖି ନିଜେ ଗଣପତି ବେଶରେ ତାଙ୍କୁ ଦର୍ଶନ ଦେଇଥିଲେ । ତାଙ୍କର ଭକ୍ତିରେ ବିଭୋର ହୋଇ ପ୍ରଭୁ ଜଗନ୍ନାଥ କଳା ହାତୀ ଏବଂ ବଳଭଦ୍ର ଧଳା ହାତୀ ବେଶ ରେ ଗଣପତି ଭଟ୍ଟଙ୍କୁ ଦର୍ଶନ ଦେଇଥିଲେ ।
ଭକ୍ତର ଭଗବାନ ପ୍ରଭୁ ଜଗନ୍ନାଥ । ଭକ୍ତ ଯେଉଁ ରୂପରେ ଚାହିଁବ ପ୍ରଭୁ ସେହି ରୂପରେ ଦର୍ଶନ ଦିଅନ୍ତି ଭକ୍ତଙ୍କୁ । ଏହି ସମ୍ପୂର୍ଣ କାହାଣୀ ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ ।
ଏହି ସ୍ୟାଣ୍ଡ ଆନିମେସନ କାହାଣୀ କୁ ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ ପ୍ରାୟ ୧୮ଘଣ୍ଟା ସମୟ ଲାଗିଥିଲା । ଏହି ସ୍ୟାଣ୍ଡ ଆନିମେସନ ଭିଡ଼ିଓଟି ମିନଟ ଏବଂ ସେକେଣ୍ଡର । ଏହି କାହାଣୀ ନିଚ୍ଛକ ଉଦାହରଣ ଦର୍ଶାଉଛି ଭକ୍ତ ଓ ଭଗବାନଙ୍କ ଭିତରେ ସମ୍ପର୍କକୁ ।
Comments are closed.