Latest Odisha News

ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାରପିଟ୍ ଘଟଣା; ବଦଳିଲେ ଡାକ୍ତର ଓ ଫାର୍ମାସିଷ୍ଟ

ଯାଜପୁର: ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ମଧ୍ୟରେ ମାରପିଟ ଘଟଣା । ଉଭୟଙ୍କୁ ବଦଳି କଲେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଡାକ୍ତର ଶୁଭଲକ୍ଷ୍ମୀ ରଥଙ୍କୁ ଯାଜପୁର ଜିଲ୍ଲାର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବଦଳି କରାଯାଇଥିବାବେଳେ, ମାରପିଟ୍ ରେ ସମ୍ପୃକ୍ତ ମହିଳା ଫାର୍ମାସିଷ୍ଟଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଛି ।

ଖବର ମୁତାବକ, ଡାକ୍ତର ଶୁଭଲକ୍ଷ୍ମୀ ରଥ ଆନୁସଙ୍ଗିକ ଯନ୍ତ୍ର ପାତି ଥିବା ଡାକ୍ତର ପ୍ରକୋଷ୍ଠକୁ ଯାଇଥିଲେ । ଉକ୍ତ ପ୍ରକୋଷ୍ଠରେ ତାଲା ପଡିଥିବା ଦେଖି ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିଥିଲେ । ଏହାପରେ ଚାବି ଫାର୍ମାସିଷ୍ଟ ପ୍ରଜ୍ଞାପରମିତା ସାହୁଙ୍କ ନିକଟରୁ ନେବାକୁ ସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କପୃଷ୍ଟି ଡାକ୍ତର ରଥଙ୍କୁ କହିଥିଲେ । ହେଲେ ଫାର୍ମାସିଷ୍ଟଙ୍କ ପାଖକୁ ଯାଇ ଚାବି ମାଗିବାରୁ ସେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଏହା ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଏ ସମ୍ପର୍କରେ ଉଭୟେ ଯାଜପୁରରୋଡ଼୍ ଥାନାରେ ପୃଥକ ଅଭିଯୋଗ କରିଥିଲେ । ପୋଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ରହିଛି ।

Comments are closed.