Latest Odisha News

BREAKING NEWS

ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ବିଜେପି ନେତାଙ୍କୁ ଗୁଳି ମାଡ । ଇନ୍ଦୋରର ଏମଜି ରୋଡ ଥାନା ଅଞ୍ଚଳରେ ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟବର୍ଗିୟଙ୍କ ଘନିଷ୍ଠ ବନ୍ଧୁ ମୋନୁ କଲ୍ୟାଣେଙ୍କୁ ଗୁଡି ମାଡ କରି ହତ୍ୟା କରାଯାଇଛି । ‌ମୋନୁ ମଧ୍ୟପ୍ରଦେଶର ବିଜେପି ଯୁବ ମୋର୍ଚ୍ଚାର ନଗର ଉପାଧ୍ୟକ୍ଷ ଥିଲେ।

ସୂଚନା ଅନୁସାରେ, ମୋନୁ କଲ୍ୟାଣେ ଭୋର୍ ୩ଟାରେ ଏକ ଗାଡିରେ ରାଲିରୁ ଘରକୁ ଫେରୁଥିବା ବେଳେ ଚିମାନବାଗ ଛକ ନିକଟରେ ତାଙ୍କୁ ହତ୍ୟାକାରୀମାନେ ଘେରି ଯାଇଥିଲେ। ଏହାପର ମୋନୁଙ୍କୁ ଗୁଳି ମାରିଥିଲେ ଅଭିଯୁକ୍ତ । ଗୁଳିରେ ଆହତ ହୋଇଥିବା ମୋନୁଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଅଭିଯୁକ୍ତମାନେ ଚିମାନବାଗର ବାସିନ୍ଦା ବୋଲି କୁହାଯାଉଛି। ତେବେ ସୁଧ ଟଙ୍କା କାରବାରକୁ ନେଇ ମୋନୁଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

 

Comments are closed.