Latest Odisha News

BREAKING NEWS

ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ

ଭୁବନେଶ୍ୱର: ଆଜି ନବୀନ ନିବାସରେ ସଂସଦୀୟ ଦଳର ବୈଠକ ବସିଥିଲା। ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟସଭାରେ ଦଳର ଆଭିମୁଖ୍ୟକୁ ନେଇ ବୈଠକ ହୋଇଥିଲା।

ଏହି ସମୟରେ ଦଳର ସୁପ୍ରିମୋ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଗୃହରେ ବିରୋଧୀ ଭୂମିକାରେ ଦଳ ରହିବ ବୋଲି ବିଜେଡି କହିଛି। ଆବଶ୍ୟକ ପଡିଲେ ଗୃହର ମଧ୍ୟ ଭାଗକୁ ଆସି ପ୍ରତିବାଦ କରିବ । ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱେ ସଂଯୋଗୀକରଣ ଆଦି ଦାବି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଲୋକସଭାରେ ମୂଳପୋଛ ହୋଇଥିଲେ ବି ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜୁ ଜନତା ଦଳ । ଦଳର ୯ ସାଂସଦ ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଶାଣିତ କରିବେ। ନିଟ୍ ପରୀକ୍ଷା ବିବାଦଠୁ ଆରମ୍ଭ କରି ଦର ବୃଦ୍ଧି ଆଦି ଅନେକ ପ୍ରସଙ୍ଗ ରହିଛି । ସଂସଦୀୟ ଦଳ ବୈଠକରେ ଦଳର ଆଭିମୁଖ୍ୟ କଣ ରହିବ ତାହା ଦଳର ସଭାପତି ସାଂସଦମାନଙ୍କୁ ମାର୍ଗଦର୍ଶନ ଦେବେ ବୋଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି ।

ଅନ୍ୟପଟେ ପ୍ରଥମଥର ପାଇଁ ଲୋକସଭାରେ ନାହାଁନ୍ତି ବିଜେଡି ସାଂସଦ। ଅଷ୍ଟାଦଶ ଲୋକସଭାରେ ଜଣେ ବି  ବିଜେଡି ସାଂସଦ ସଂସଦରେ ନାହାନ୍ତି । ସାଧାରଣ ନିର୍ବାଚନରେ ଓଡିଶାର ୨୧ ସାଂସଦଙ୍କ ମଧ୍ୟରେ ବିଜେପି ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି ।  କିନ୍ତୁ ରାଜ୍ୟସଭାରେ ବିଜେଡିର ୯ ସାଂସଦ ରହିଛନ୍ତି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ଦଳର ରାଜ୍ୟସଭା ସାଂସଦ ।

Comments are closed.