Latest Odisha News

BREAKING NEWS

ଲେଖା ପଢା ନଜାଣିଥିବାରୁ ପଦରୁ ବିଦା ହେଲେ ସରପଞ୍ଚ

ଭଦ୍ରକ: ଲେଖି ଜାଣିନାହାନ୍ତି କି ପଢ଼ି ପାରୁନାହାନ୍ତି। କିନ୍ତୁ ସରପଞ୍ଚ ପଦରେ ଥିଲେ ମହିଳା। ଶେଷରେ ହେଲେ ବିଦା। ଭଦ୍ରକ ଧାମନଗର ବ୍ଲକ ବୟାଙ୍ଗଡିହି ପଂଚାୟତର ନାଏବ ସରପଞ୍ଚ କୁନ୍ତଳା ମଳିକ ଚଳିତ ପଞ୍ଚାୟତ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ଭାରତୀ ବେହେରା ଙ୍କୁ ହରାଇ ସରପଞ୍ଚ ହୋଇଥିଲେ। କିନ୍ତୁ ଲେଖା ପଢା ଜାଣିନଥିବାରୁ ଏବେ ସେ ପଦ ହରାଇଛନ୍ତି ।

ନାଏବ ସରପଞ୍ଚ ଭବେ ନିର୍ବାଚିତ ହେବା ପରେ ବିପକ୍ଷ ପ୍ରତିଦ୍ବନ୍ଦୀ ଭାରତୀ ବେହେରା ଧାମନଗର କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟରେ ମାମଲା ଚାଲିଥିବା ବେଳେ କୁନ୍ତଳା ପାଠ ପଢ଼ିବାର କୌଣସି ପ୍ରମାଣ ଦାଖଲ କରିପାରିନଥିଲେ। ତେଣୁ ଧାମନଗର କୋର୍ଟ ତାଙ୍କ ସରପଞ୍ଚ ପଦ ରଦ୍ଦ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ କୁନ୍ତଳା। ସେଠାରେ ମଧ୍ଯ ପରାଜୟ ପରେ ଶେଷରେ ନିଜର ପଦ ହରାଇଛନ୍ତି କୁନ୍ତଳା ମଲ୍ଲିକ।

Comments are closed.