ନୂଆଦିଲ୍ଲୀ:ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ହକି ଦଳର ଘୋଷଣା ବୁଧବାର କରାଯାଇଛି । ହରମନପ୍ରୀତ ସିଂଙ୍କୁ ଅଧିନାୟକ ଏବଂ ହାର୍ଦ୍ଦିକ ସିଂଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଛି । ଏହି ଦଳରେ ୫ଜଣ ଯୁବ ଖେଳାଳି ଅଲିମ୍ପିକରେ ପଦାର୍ପଣ କରିବେ । ଓଡିଶାରୁ ଏକମାତ୍ର ଖେଳାଳି ଭାବେ ଅମିତ ରୋହୀଦାସଙ୍କୁ ସୁଯୋଗ ମିଳିଛି । ପିଆର ଶ୍ରୀଜେଶ ଓ ମନପ୍ରୀତ ସିଂଙ୍କ ଏହା ୪ର୍ଥ ଏବଂ ଅଧିନାୟକ ହରମନପ୍ରୀତଙ୍କ ତୃତୀୟ ଅଲିମ୍ପିକ ହେବ । ପୁଲ ବିରେ ସ୍ଥାନ ପାଇଥିବା ଭାରତ ୨୭ ଜୁଲାଇରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ଗ୍ରୁପରେ ବେଲଜିୟମ, ଆର୍ଜେଂଟିନା, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ମଧ୍ୟ ରହିଛନ୍ତି ।
ପୁଲ ଏରେ ନେଦରଲାଣ୍ଡ, ସ୍ପେନ, ଜର୍ମାନୀ, ଫ୍ରାନ୍ସ, ଗ୍ରେଟବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ପ୍ରତ୍ୟେକ ଗ୍ରୁପରୁ ୪ଟି ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବେ । ୪୧ ବର୍ଷ ପରେ ଭାରତ ୨୦୨୦ରେ ଜର୍ମାନୀକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏହି ଟିମର ୧୦ଜଣ ଖେଳାଳିଙ୍କୁ ଏଥର ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି ।
ଭାରତୀୟ ଦଳ: ପିଆର ଶ୍ରୀଜେଶ, ଜରମନପ୍ରୀତ ସିଂ, ଅମିତ ରୋହୀଦାସ, ହରମନପ୍ରୀତ ସିଂ(ଅଧିନାୟକ), ସୁମିତଳ ସଞ୍ଜୟ, ରାଜକୁମାର ପାଲ, ଶମସେର ସିଂ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଅଭିଷେକ, ସୁଖଜିତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ଗୁରଜନ୍ତ ସିଂ । ରିଜର୍ଭ ଖେଳାଳି: ନୀଳକାନ୍ତ ଶର୍ମା, ଯୁଗରାଜ ସିଂ ଓ କୃଷ୍ଣ ବାହାଦୂର ପାଠକ ।
Comments are closed.