Latest Odisha News

BREAKING NEWS

ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ସର୍ବାଧିକ ୧ ଲକ୍ଷ କୋଟ ଟଙ୍କାର ଆସିବ ରେଳ ପ୍ରୋଜେକ୍ଟ: ଅଶ୍ଵିନୀ

ଭୁବନେଶ୍ବର: ଭୁବନେଶ୍ୱରରେ ଆୟୋଜିତ ବିଜେପିିର ବିଜୟ ସମ୍ବର୍ଦ୍ଧନା ସଭାରେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ରେଲୱେ ବିକାଶର ଭବିଷ୍ୟତ ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଓଡିଶାକୁ ୧ ଲକ୍ଷ କୋଟିର ପ୍ରକଳ୍ପ ଦିଆଯିବାକୁ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତାହାସହ ଓଡିଶା ଇଲେକଟ୍ରୋନିକ ମ୍ୟାନୁଫେକଚରିଂର କ୍ଲଷ୍ଟର ଭାବରେ ମଧ୍ୟ ପରିଚିତ ହେବାକୁ ଯାଉଛି ବୋଲି କହିଛନ୍ତି ଅଶ୍ଵିନୀ।

ବୈଷ୍ଣବ ଆହୁରି କହିଛନ୍ତି, ‘ଗତ ୧୦ ବର୍ଷ ତଳେ ଓଡ଼ିଶାକୁ ୮୦୦ କୋଟି ଟଙ୍କା ରେଳ ବାବଦକୁ ଦିଆଯାଉଥିବା ବେଳେ ଏବେ ତାହା ବଢ଼ିଛି। ପୂର୍ବରୁ ଓଡ଼ିଶାକୁ ମିଳୁଥିବା ୮୦୦ କୋଟି କୌଣସି ବି ବିକାଶ କାମ ପାଇଁ ଅତି ନଗଣ୍ୟ। ଆଗରୁ ଓଡ଼ିଶା ପ୍ରତିି ଅବହେଳା କରାଯାଉଥିଲା। କିନ୍ତୁ ମୋଦୀ ସରକାରଙ୍କ ଶାସନ କାଳରେ ଓଡ଼ିଶାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ୧୦ ବର୍ଷ ଭିତରେ ମୋଦୀ ଓଡ଼ିଶାର ଦାୟିତ୍ୱକୁ ଗୁରୁତ୍ୱ ଦେଇ ଫଣ୍ଡକୁ ୪ ଗୁଣା କଲେ। ଓଡ଼ିଶାକୁ ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅଧିକ ଅନୁଦାନ ମିଳୁଛି। ରେଲୱେ କ୍ଷେତ୍ରରେ ବିକାଶ ମିଳୁଛି। ଏବେ ଓଡ଼ିଶାରେ ରେଲୱେର ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ ମିଳିଛି ବୋଲି କହିଛନ୍ତି ଅଶ୍ଵିନୀ।

ଗତ ୧୦ ବର୍ଷ ଭିତରେ ଓଡ଼ିଶାରେ ନୂଆ ରେଲୱେ ଲାଇନ୍ ଯାହା ତିଆରି ହୋଇଛି ତାହା ଏକ ରେକର୍ଡ। ୧୮୨୬ କିଲୋମିଟର ନୂଆ ରେଲୱେ ଲାଇନ୍ ତିଆରି ହୋଇଛି। କହିବାକୁ ଗଲେ ଓଡ଼ିଶାରେ ଯେତିକି ରେଲୱେ ଲାଇନ୍ ତିଆରିି ହୋଇଛି ତାହା ଶ୍ରୀଲଙ୍କାର ସମୁଦାୟ ରେଲୱେ ଟ୍ରାକ୍ ଠାରୁ ଅଧିକ। ପୁରା ଶ୍ରୀଲଙ୍କାରେ ରେଲୱେ ନେଟୱର୍କ ୧୭ ଶହ କିଲୋମିଟର ହୋଇଥିବାବେଳେ ଓଡ଼ିଶାରେ ତା’ଠାରୁ ଅଧିକ ଲମ୍ବର ରେଲୱେ ଲାଇନ୍ ନିର୍ମାଣ କରାଯାଇଛି। ଏହା ସବୁଠୁ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

Leave A Reply

Your email address will not be published.