ଭୁବନେଶ୍ଵର: ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ ୪୦.୯୩୪ କି.ମି.ଦୈର୍ଘ୍ୟ ନୂତନ ଲାଇନ ଏବଂ କୋଟାଭାଲାସା-କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା-କାମଲୁର ମଧ୍ୟରେ ୧୨.୩୫୩ କି.ମି. ଦୈର୍ଘ୍ୟ ନୂତନ ରେଳ ସେକ୍ସନ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି।
ଜୁନ୍ ଶେଷ ସପ୍ତାହରେ ରେଳ ନିରାପତ୍ତା ଆୟୁକ୍ତ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନକୁ ନିରୀକ୍ଷଣ କରିଥିଲେ ଏବଂ ରେଳ ସେକ୍ସନର କାର୍ଯ୍ୟକାରିତା ପାଇଁ ଅନୁମତି ଦେଇଥିଲେ। ରେଳ ନିରାପତ୍ତା ଆୟୁକ୍ତ ନବନିର୍ମିତ ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ର ସୁରକ୍ଷା ପାରାମିଟର ଯାଞ୍ଚ କରିଥିବାବେଳେ ଟ୍ରେନ୍ ଚଳାଚଳ ପାଇଁ ଉଭୟ ପ୍ରକଳ୍ପର ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ପାଇଁ ଘୋଷଣା କରିଛନ୍ତି।
ତେଣୁ ଏହି ଦୁଇଟି ରେଳ ଲାଇନରେ ଟ୍ରେନ ଟ୍ରାଫିକ୍ ଚଳାଚଳ କରିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅଞ୍ଚଳରେ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରୁଛି।
Comments are closed.