Latest Odisha News

ପୁଣି ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନୀତ ସୁରିଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସପ୍ତାହେ ପୂର୍ବରୁ ରାତି ପ୍ରାୟ ସାଢ଼େ ୧୦ଟାରେ ଏମ୍ସର ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଛି। ପରଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।

ଆଡଭାନୀଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୩୦ରେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା। ୨୦୧୫ ରେ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ରେ ସମ୍ମାନିତ କରାଯାଇଥିଲା । ଭାରତ ରତ୍ନ ପାଇବା ଘୋଷଣା ଉପରେ ଆଡଭାନୀ କହିଥିଲେ, ମୁଁ ସମ୍ମାନର ସହ ଭାରତ ରତ୍ନ ଗ୍ରହଣ କରୁଛି।

ରାଜନେତା ସହ ଆଡଭାନୀଙ୍କୁ ମଧ୍ୟ ଜଣେ ଭଲ ବକ୍ତା ମାନଙ୍କ ମଧ୍ୟରେ ଗଣତି କରାଯାଏ । ସେ ସେହି ନେତାମାନଙ୍କ ମଧ୍ୟରୁ ଜଣେ ଯିଏ ରାମ ମନ୍ଦିର ଆନ୍ଦୋଳନରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଆଡଭାନୀ ହେଉଛନ୍ତି ସେହି ନେତାମାନଙ୍କ ମଧ୍ୟରୁ ଜଣେ ଯିଏ ଭାରତୀୟ ଜନତା ପାର୍ଟିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ରେ କାମ କରି ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ୩ ଥର ବିଜେପିର ସଭାପତି ମଧ୍ୟ ହୋଇଛନ୍ତି। ଏହା ସହିତ ସେ ଦେଶର ଉପପ୍ରଧାନମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ।

Comments are closed.