Latest Odisha News

ବାଣ ତିଆରି ବେଳେ ବିସ୍ଫୋରଣ; ୩ ଗୁରୁତର ଆହତ, ବଡ଼ମେଡିକାଲ ସ୍ଥାନାନ୍ତର

ଯାଜପୁର: ବାଣ ତିଆରି ବେଳେ ବିସ୍ଫୋରଣ। ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖୋସାଲପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ବାଣ ବିସ୍ଫୋରଣରେ ସିଦ୍ଧେଶ୍ବର ପାଗଡ଼, ଧନେଶ୍ବର ପାଗଡ଼ ଏବଂ ଓମ୍ ପ୍ରକାଶ ଜେନା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

ସମସ୍ତ ଗୁରୁତରଙ୍କୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଘଟଣା ସମ୍ପର୍କରେ କୁଆଖିଆ ପୋଲିସ ସୂଚନ ପାଇ ଡାକ୍ତରଖାନା ଏବଂ ଖୋସାଲପୁର ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛି।

ତେବେ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଆହତଙ୍କ ପରିବାର ପକ୍ଷରୁ ଏତଲା ଦିଆନଗଲେ ମଧ୍ୟ ପୋଲିସ ନିଜଆଡୁ ମାମଲା ରୁଜୁ କରିବ ବୋଲି ଏସ୍‌ଆଇ ହେମଲତା ଦାସ କହିଛନ୍ତି। ଏହି ଗ୍ରାମରେ ବର୍ଷ ସାରା ବେଆଇନ ବାଣ ତିଆରି ଚାଲିଥାଏ। ପୋଲିସ ସବୁ ଜାଣି ମଧ୍ୟ କୌଣସି ପଦକ୍ଷେପ ନେଉନଥିବାରୁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି।

Comments are closed.