Latest Odisha News

BREAKING NEWS

ଝାଡ଼ଖଣ୍ଡରେ ପୁଣି ହେମନ୍ତ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ରାଞ୍ଚି: ଅର୍ଥ ହେରଫେର ମାମଲାରେ ଜେଲରୁ ବାହାରିବାର କିଛି ଦିନ ପରେ ଜେଏମଏମର କାର୍ଯ୍ୟନିର୍ବାହୀ ମୁଖ୍ୟ ହେମନ୍ତ ସୋରେନ ଗୁରୁବାର ଦିନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବ‌େ ଶପଥ ଗ୍ରହଣ କରିଛନ୍ତି।

ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ ରାଜ ଭବନରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରାଇଛନ୍ତି। ଏହା ସହିତ ତୃତୀୟ ଥର ପାଇଁ ହେମନ୍ତ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି।

ଶାସକ ମିଳିତ ମଞ୍ଚର ୪୫ ଜଣ ବିଧାୟକ ହେମନ୍ତ ସୋରେନଙ୍କୁ ସେମାନଙ୍କ ନେତା ଭାବରେ ମନୋନୀତ କରିବା ପରେ ଚମ୍ପାଇ ଗତ ବୁଧବାର ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲ‌େ। ତେବେ ହେମନ୍ତ ଗିରଫ ହେବାର ପାଞ୍ଚ ମାସ ପରେ ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜୁନ୍ ୨୮ ତାରିଖରେ ଜାମିନ ପ୍ରଦାନ କରିଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଜାମିନ ମଂଜୁର କରିବାପରେ ସେ ଜେଲ୍‌ରୁ ବାହାରିଥିଲେ।

ତେବେ ଜମି ଦୁର୍ନୀତି ମାମଲା ତଥା ଅର୍ଥ ହେରଫେର୍ ଅଭିଯୋଗରେ ଜାନୁଆରୀ ୩୧ରେ ଇଡି ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

 

Comments are closed.