Latest Odisha News

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ବୋଲଗଡ ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (JE) ଭାବରେ କାର୍ଯ୍ୟ କରୁଥିଲେ ନୃସିଂହ ନାଥ ପ୍ରଧାନ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର କଲଚରାଲ ସେଣ୍ଟରର ବିଲ୍ ପାସ୍ କରିବା ପାଇଁ ୧୯ ହଜାର ୨୦୦ ଟଙ୍କା ଲାଞ୍ଚ ମାଗିଥିଲେ ଯନ୍ତ୍ରୀ। ଯାହାକୁ ନେଇ ଭିଜିଲାନ୍ସରେ ଅଭିଯ‌ୋଗ କରିଥିଲ‌େ ସମ୍ପୃକ୍ତ ବ୍ୟକ୍ତି। ତେବେ ପୂର୍ବ ଯୋଜନା ମୁତାବକ ଟଙ୍କା ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍।

ଏହି ଘଟଣାରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି । ସରକାରୀ କ୍ବାଟରର‌େ ଚଢଉ ବେଳେ ୨,୧୬,୯୦୦ ଟଙ୍କା ଜବତ ହୋଇଛି। ଆହୁରି ଭିଜିଲାନ୍ସ ଟିମ୍ ଅଧିକ ଖ‌ୋଳତାଡ କରୁଥିବା ବେଳେ ତାଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।

 

Comments are closed.