Latest Odisha News

ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଅଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧାରୁ ୧୦୦ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ରଙ୍କ ସୂଚନା।

ସେହିପରି ସୁନ୍ଦରଗଡ଼ରୁ ୩୮ ଓ ବଲାଙ୍ଗୀରରୁ ୩୩ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲା ସଇଁତଳାର କିଛି ଲୋକ ତେଲେଙ୍ଗାନା କାମ କରିବାକୁ ଯାଇଥିଲେ। ସେମାନଙ୍କ ପରିବାର ଲୋକଙ୍କ ଠାରୁ ଡେଙ୍ଗୁ ବ୍ୟାପିଛି। କେବଳ ସଇଁତଳାର ଗୋପବନ୍ଧୁ ପଡାରୁ ଏପର୍ଯ୍ୟନ୍ତ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ମଶାରୀ ଭିତରେ ରୋଗୀଙ୍କୁ ଆବଦ୍ଧ ରଖି ଚିକିତ୍ସା କରାଯାଉଛି। ଅପରପକ୍ଷେ ରାଜ୍ୟର ସବୁ ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରାଯାଇଥିବା ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି।

Comments are closed.