Latest Odisha News

ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା, ଜାଣନ୍ତୁ କାରଣ…

ଶ୍ରୀନଗର: ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ଭାବେ ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା। ବର୍ଷା ଛାଡିବା ପରେ ଆଉ ଥରେ ଯାତ୍ରା ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଗତକାଲି ରାତିରୁ ବାଲ୍ଟାଲ ଏବଂ ପହଲଗାମ ମାର୍ଗରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଏଭଳି ସ୍ଥିତିରେ ଭକ୍ତଙ୍କୁ ବେସ୍ କ୍ୟାମ୍ପକୁ ପଠାଇ ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ ଦେଢ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ୩,୮୮୦ ମିଟର ଉଚ୍ଚତାରେ ଥିବା ଅମରନାଥ ଗୁମ୍ଫାରେ ବାବା ବର୍ଫାନୀଙ୍କୁ ଦର୍ଶନ କରିଛନ୍ତି।

ଉଲ୍ଲଖେଯୋଗ୍ୟ, ଶ୍ରୀନଗରଠାରୁ ୧୪୧ କିମି ଦୂର ଏବଂ ସମୁଦ୍ର ପତନଠାରୁ ୧୨,୭୫୬ ଫୁଟ ଉଚ୍ଚତାରେ ଅବସ୍ଥିତ ଅମରନାଥ ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭାବେ ମାନ୍ୟତାଲାଭ କରିଛି। ପ୍ରତିବର୍ଷ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅମରନାଥ ଯାତ୍ରା ଆୟୋଜିତ ହୋଇଥାଏ।

ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ଦୁଇଟି ମାର୍ଗରେ କରିଥାନ୍ତି । ପ୍ରଥମ ମାର୍ଗ ହେଉଛି ନନୁନବାନ-ପହଲଗମ୍ ମାର୍ଗ ଯାହାକି ୪୮ କିଲୋମିଟର ଦୂରତା ଏବଂ ଦ୍ୱିତୀୟ ମାର୍ଗ ହେଉଛି ବାଲ୍ଟାଲ୍ ମାର୍ଗ ଯାହା ମାତ୍ର ୧୪ କିଲୋମିଟରର ସଂକୀର୍ଣ୍ଣ ମାର୍ଗ । ତେଣୁ ୯୫ ପ୍ରତିଶତ ଶ୍ରଦ୍ଧାଳୁ ପେହେଲଗାଓଁ ରାସ୍ତାକୁ ପସନ୍ଦ କରିଥାନ୍ତି ।

Comments are closed.