Latest Odisha News

କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ- ଜିଲ୍ଲାପାଳ

ଯାଜପୁର: ବହୁ ଚର୍ଚ୍ଚିତ କୁସୁମା କଟେଜ୍‌ ନେଇ ଜିଲ୍ଲାପାଳଙ୍କ ସୂଚନା । କୁସୁମା କଟେଜ୍‌କୁ ହାତକୁ ନେବ ଜିଲ୍ଲା ପ୍ରଶାସନ। ‘ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଛି ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି ସୂଚନା ଦେଉଛନ୍ତି ଯାଜପୁର ଜିଲ୍ଲାପାଳ।

ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ସୂଚନା ଅନୁସାରେ, ପୌର ପାଳିକା ଜମିରେ କଟେଜ୍‌ ତିଆରି ହୋଇଥିବା ଏବଂ ସିଏସ୍‌ଆର୍‌ ପାଣ୍ଠିରେ ନିର୍ମାଣ ହୋଇଥିବା କଥା ସ୍ପଷ୍ଟ ହୋଇଛି। ତେବେ ନିର୍ମାଣ ପରେ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହେବା କଥା କିନ୍ତୁ ଏଥିରେ ବିଳମ୍ବ ହୋଇଛି । ଏବେ ଆମେ ତାକୁ ହାତକୁ ନେବୁ ଓ ସୁଚାରୁରୂପେ ପରିଚାଳନା କରିବାର ବ୍ୟବସ୍ଥା କରିବୁ। ସାଧାରଣ ଲୋକ ଯେଭଳି ବ୍ୟବହାର କରିପାରିବେ ସେନେଇ ଏସ୍‌ଓପି ହେବ। ଏହାକୁ ଭଲ ଭାବେ ପରିଚାଳନା କରିବା ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସୂଚନା ଅନୁସାରେ, ଗତକାଲି ଯାଜପୁର କୁସୁମାରେ କଟେଜ୍‌ କେଳେଙ୍କାରୀ ଅଭିଯୋଗ ଘଟଣାରେ ପ୍ରେସମିଟ୍‌ କରି ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକ ସ୍ପଷ୍ଟିକରଣ ଦେଇଥିଲେ ଯେ ଏହା କ୍ରୀଡା ବିଭାଗର ବ୍ୟୟ ବରାଦରେ ନିର୍ମାଣ କରାଯାଇଛି । କୁସୁମା ପରିସରରେ ଥିବା ୯ଟି କଟେଜ୍‌ କ୍ରୀଡ଼ା ବିଭାଗର । ସିଏସଆରରେ ୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ବୋଲି କହିଥିଲେ ପୌରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲିକ।

Comments are closed.