Latest Odisha News

ବିପୁଳ ପରିମାଣର କଫସିରପ୍ ଏବଂ ନିଶା ଇଞ୍ଜେକସନ ଜବତ, ଜଣେ ଗିରଫ

ବରଗଡ଼:  ଆକ୍ସନ ମୋଡରେ ବରଗଡ଼ ଟାଉନ ଥାନା ପୋଲିସ । ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ବର୍ତମାନ ସମୟରେ ନିଶାଖୋର ମାନଙ୍କ ପେଣ୍ଠ ସ୍ଥଳୀ ପାଲଟିଛି ବରଗଡ ସହର । ଏପରି ସ୍ଥିତିରେ ବରଗଡ଼ ପୋଲିସ ଏବଂ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଆଜି ଟାଉନ ଥାନା ପୋଲିସ ବରଗଡ ସହରର ୱାର୍ଡ ନମ୍ବର ୧ ମାଲପଡ଼ାର ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର କଫସିରଫ ବୋତଲ, ନିଶା ଇଞ୍ଜେକସନ, ନିଶା ବଟିକା ସହ ନଗଦ ୫୦ ହଜାର ଟଙ୍କା ଜବତ କରିଛି । ଏହି ଘଟଣାରେ ଘର ମାଲିକ ବୁଲୁ ସାହୁଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ ।

Comments are closed.