Latest Odisha News

BREAKING NEWS

ମୁମ୍ବାଇର ଧନୀ ଚୋର; ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି, ଲାଇଫ ଷ୍ଟାଇଲ୍ ଦେଖିଲେ ଚମକି ପଡିବେ…

ମୁମ୍ବାଇର ଧନୀ ଚୋର, ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି। ଯାହାଙ୍କ ଲାଇଫ ଷ୍ଟାଇଲ୍ ଓ ଧନ ସମ୍ପତ୍ତି କେଉଁ ବ୍ୟବସାୟଙ୍କଠୁ କମ୍ ନୁହେଁ।  ଅଭିଯୁକ୍ତ ଚୋର କୋଟିଏ ଟଙ୍କାର ଫ୍ଲାଟରେ ରହିବା ସହ ଅଡ଼ି କାର୍ ଚଲାଉଥିବା ଜଣାପଡିଛି। ଏଭଳି ଏକ ଧନୀ ଚ‌ୋରକୁ ଧରିବାର‌େ ସଫଳ ହୋଇଛି ଗୁଜୁରାଟ ପ‌ୋଲିସ। ତେବେ ଭାପି ଅଞ୍ଚଳରେ ୧ ଲକ୍ଷ ଟଙ୍କା ଚ‌ୋରି ଘଟଣାର‌େ ପ‌ୋଲିସ ତାକୁ ବାନ୍ଧିଥିଲା। ପଚରାଉଚରା ପର‌େ ଏଭଳି ତଥ୍ୟ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲ‌େ ଯେକେହିବି ଚକିତ ହୋଇଯିବ।

ଗିରଫ ହୋଇଥିବା ଅଭିଯୁକ୍ତର ନାଁ ହେଉଛି ର‌ୋହିତ କାନୁଭାଇ ସୋଲାଙ୍କି। ସୂଚନା ଅନୁଯାୟ, ନିକଟରେ ଗୁଜରାଟରେ ଏକ ଲକ୍ଷ ଟଙ୍କା ଚୋରି ମାମଲାରେ ତଦନ୍ତ କରି ପ‌ୋଲିସ ତାକୁ ଗିରଫ କରିଥିଲା। ଏହି ଚୋର ନାଁରେ ୧୯ଟି ଡକାୟତି ମାମଲା ରହିଛି। ଏଥିରେ ଭାଲସାଦରେ ତିନୋଟି, ସୁରଟରେ ଗୋଟିଏ, ପୋରବନ୍ଦରରେ ଗୋଟିଏ, ସେଲୱାଲରେ ଗୋଟିଏ, ତେଲେଙ୍ଗାନାରେ ଦୁଇଟି, ଆନ୍ଧ୍ରପ୍ରଦେଶରେ ଦୁଇଟି, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଗୋଟିଏ ଲେଖାଏ ଚୋରି ମାମଲା ରହିଛି।

ଖାସ୍ କଥା ହେଉଛି ସେ ଚୋରି କରିବା ପାଇଁ ବିମାନରେ ଯାତ୍ରା କରୁଥିବା ବେଳେ ବିଳାସପୂର୍ଣ୍ଣ ହୋଟେଲରେ ରହେ। ଏପରିକି କ୍ୟାବ୍ ବୁକ୍ କରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିଥାଏ। ଏଥିସହ ମୁମ୍ବାଇର ଡ୍ୟାନ୍ସ ବାର୍, ନାଇଟ୍ କ୍ଲବରେ ପାର୍ଟି କରେ। ଆଉ ପାର୍ଟି ସହ ନିଶା ପାଇଁ ମାସିକ ପାଖାପାଖି ୧.୫୦ ଲକ୍ଷ ଟଙ୍କା ର୍ଖଚ୍ଚ କରିଥାଏ। ଏ‌ନେଇ ଅଧିକ ତଦନ୍ତ ଜାରି ରଖିଛି ଗୁଜରାଟ ପ‌ୋଲିସ।

ତେବେ ସେ ଜଣେ ମୁସଲମାନ୍‌ ମହିଳାଙ୍କୁ ବିବାହ କରିବା ପାଇଁ ତା ନାଁ ପରିବର୍ତ୍ତନ କରି ଆରହନ୍‌ ରଖିଥିବା ନେଇ ପୋଲିସ୍‌ ସୁତ୍ରରୁ ପ୍ରକ‌ାଶ।

Comments are closed.